ଗଣିଆ ଥାନା ପରିସରରେ’ଜୁଭେଣ୍ଟିକା କନକ୍ଳେଭ’ କାର୍ଯ୍ୟକ୍ରମ
,ଗଣିଆ – ସାଇବର ବିପଦରୁ ଦୂରେଇ ରହିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗତ ମାର୍ଚ୍ଚ ମାସରେ ‘ଜୁଭେଣ୍ଟିକା କନକ୍ଳେଭ’ ଆରମ୍ଭ ହୋଇଛି । ସାରା ରାଜ୍ୟର ଥାନାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଓଡିଶା ପୋଲିସର ଶିଶୁ ଓ ମହିଳା ଓ୍ବିଙ୍ଗ ତଥା ୟୁନିସେଫର ମିଳିତ ଉଦ୍ୟମରେ ଚାଲିଛି ଏହି ପ୍ରୟାସ । ଏହି ଅବସରରେ ଶୁକ୍ରବାର ଅପରାହ୍ନରେ ଗଣିଆ ଥାନା ପରିସରରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା, ସିଡ଼ିପିଓ ଉଷାରାଣୀ ସାହୁ, ସୁପରଭାଇଜର କଳ୍ପନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବର୍ତ୍ତମାନ ଛୋଟ ପିଲାଙ୍କ ପାଇଁ ଘାତକ ସାଜିଛି ଗେମି° ଆପ୍ ଓ ରିଲ୍ସ । ଇଣ୍ଟରନେଟ ମାଧ୍ୟମରେ ଅପରାଧର ଶିକାର ହେଉଛନ୍ତି ପିଲାମାନେ । ତେବେ ସାଇବର ଅପରାଧର ଶିକାର ହେଲେ କିପରି ଜାଣିହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପିଲାଙ୍କୁ ମୋବାଇଲ ଦେବା ସମୟରେ ସଚେତନ ହେବାକୁ ପଡ଼ିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ । ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀ ମାନେ ସାଇବର ଅପରାଧରୁ ଦୂରେଇ ରହିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ ଅନୁରୋଧ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଣିଆ ଥାନା ଏଏସଆଇ ଶାହା ଆଲାମ ଖାଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ କନେଷ୍ଟବଳ ଏବଂ କର୍ମଚାରୀ ସହଯୋଗ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛୋଟ ଛୋଟ ପିଲା, କଲେଜ ଛାତ୍ର ଛାତ୍ରୀ, ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ଥିଲେ ।
