ନିଶାରେ ଚୁର୍ ଏବେ ଯୁବପିଢ଼ି।

ନିଶାରେ ଚୁର୍ ଏବେ ଯୁବପିଢ଼ି। ନିଶା ସେବନ କରି ନିଜ ଭବିଷ୍ୟତକୁ ପାଦରେ ଦଳିମକଚି ନଷ୍ଟ କରିଦେଉଛନ୍ତି। ପର୍ଯ୍ୟଟନ ସହର ପୁରୀରେ ଜଣେ ଯୁବକ ଅତ୍ୟଧିକ ନିଶା ସେବନ କରି ବେହୋସ୍ ହେବାର ଭିଜୁଆଲ୍ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ପୁରୀ ବସଷ୍ଟାଣ୍ଡ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଯୁବକ ଅତ୍ୟଧିକ ନିଶା ପାନ କରି ଅଚେତ୍ ହୋଇପଡିଛନ୍ତି। ଦୁଇଜଣ ପଥଚାରୀ ତାଙ୍କୁ ଉଠାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଉଛନ୍ତି। ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ। ଯୁବକ ଜଣକର ବେଶଭୂଷାରୁ ସେ ଜଣେ ଶିକ୍ଷିତ ଭଳି ଜଣାପଡୁଛନ୍ତି। କିନ୍ତୁ ଏତେ ପରିମାଣରେ ତାଙ୍କର ନିଶା ହୋଇଛି ଯେ ଦୁଈଜଣ ପଥଚାରୀ ତାଙ୍କୁ ଉଠାଇ ବସାଇବାକୁ ଚେଷ୍ଟା କରିବା ପରେ ମଧ୍ୟ ଯୁବକ ଜଣକ ତଳେ ଶୋଇପଡୁଛନ୍ତି। ନିଶାଗ୍ରସ୍ତ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ

Leave a Reply

Your email address will not be published. Required fields are marked *