୫୬ତମ ଧର୍ମଶାଳା ମହୋତ୍ସବ ଉଦଘାଟନ ଉତ୍ସବ

ଧର୍ମଶାଳା — ଯାଜପୁର ଜିଲ୍ଲା ପ୍ରସିଦ୍ଧ ଧର୍ମଶାଳା ମହୋତ୍ସବ ଆଜି ୨୫ତାରିଖ ସନ୍ଧ୍ୟା ୮ଘଟିକା ରେ ଉଦଘାଟନ ହୋଇ ଯାଇଛି l ଏହି ଉତ୍ସବକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମାନନୀୟ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ କର କମଳରେ ଫିତାକାଟି ଉଦଘାଟନ କରାଯାଇଥିଲା l ଏହି ଉତ୍ସବ ରେ ସଭାପତିତ୍ୱ କରିଥିଲେ ମହୋତ୍ସବ ର ସଭାପତି ରବିନାରାୟଣ ସାହୁ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବଡ଼ଚଣା ବିଧାୟକ ଶ୍ରୀ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେଯାଜପୁର ସାଂସଦ ଶ୍ରୀ ରବିନ୍ଦ୍ର ନାରାୟଣ ବେହେରା,ଓ ଯାଜପୁର ଜିଲ୍ଲା ବିଜେପି ସଭାନେତ୍ରୀ ଦେବଯାନୀ ପ୍ରଧାନ,l ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ ଉପସ୍ଥିତ ଥିଲେ ମହୋତ୍ସବ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି l ଅତିଥି ପରିଚୟ ପ୍ରଦାନ କରି ଥିଲେ ଦେବରାଜ ମିଶ୍ର l ଏବର୍ଷ ନୂତନ ଢାଞ୍ଚା ରେ ତୋରଣ ସହିତ ପେଣ୍ଡାଲ ସାଜ ସଜା ମନ ମୋହି ଥିଲା l ଯାଜପୁର ଜିଲ୍ଲା କଳା ସଂସ୍କୃତି ଓ ଧର୍ମଶାଳାର ଐତିହ୍ୟର ଚିତ୍ର ପଟର ସାଜ ସଜା ସମସ୍ତ ଙ୍କୁ ମନକୁ ପୂର୍ବ ର କଳା ସଂସ୍କୃତି କୁ ଜୀବନ୍ତ କରିଥିଲା l ଧନ୍ୟବାଦ ଦେଇଥିଲେ ୧୫ନମ୍ବର ଜୋନ ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ l ଗାୟିକା ଅସୀମା ପଣ୍ଡା ଙ୍କ ଗୀତରେ ଦର୍ଶକ ମାନେ ଝୁମୁ ଥିଲେ l

Leave a Reply

Your email address will not be published. Required fields are marked *