ଦହିବରା ଖାଇ ଶତାଧିକ ଅସୁସ୍ଥ

କାକଟପୁର,୧୭.୦୯- କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଗାଁ ଵଜାରରେ ଏକ ବୁଲା ଦହିବରା ବେପାରୀ ଠାରୁ ଦହିବରା ଖାଇ ଶତାଧିକ ଜନ ସାଧାରଣ ଅସୁସ୍ଥ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ମଙ୍ଗଳବାର ବାଙ୍ଗୁରିଗାଁ ଵଜାରରେ ଏକ ବୁଲା ବେପାରୀ ଠାରୁ ଦହିବରା ଆଲୁଦମ୍ ଅନେକ ସ୍ଥାନୀୟ ଲୋକେ ଖାଇଥିଲେ। ଅପରାହ୍ନ ସନ୍ଧ୍ୟା ସମୟରୁ ଦହିବରା ଖାଇଥିବା ଛୋଟ ଛୁଆ, ମହିଳା ଓ ସଧାରଣ ବ୍ୟକ୍ତି ବିଶେଷ ମାନେ ଝାଡ଼ା ବାନ୍ତି ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ। ଏପରିକି ବୁଧବାର ଅପରାହ୍ନ ପର୍ଯ୍ୟନ୍ତ ସ୍ଥାନୀୟ ବାଙ୍ଗୁରିଗାଁ ମେଡ଼ିକାଲରେ ୫୦ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଈ ଚିକିତ୍ସିତ ହୋଇଥିବା ବେଳେ ଅନ୍ୟମାନେ ଅନ୍ୟାନ୍ୟ ମେଡିକାଲକୁ ଯାଇ ଚିକିତ୍ସିତ ହୋଇଛନ୍ତି।

ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ମେଡ଼ିକାଲ ପକ୍ଷରୁ ଅସୁସ୍ଥ ମାନଙ୍କ ଚିକିତ୍ସା ଜାରି ରହିଛି। ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଦରମା ପାଇ ଅଫିସରେ ବସି ରହୁଛନ୍ତି। ସେମାନେ ଉପଯୁକ୍ତ ତଦନ୍ତ କିମ୍ୱା ଚଢ଼ାଉ କରୁ ନାହାଁନ୍ତି। ଯାହା ଫଳରେ ଅସାଧୁ ବ୍ୟବସାୟୀ ମାନେ ବାସି ଓ ଅପରିଷ୍କାର ଖାଦ୍ୟ ବିକ୍ରି କରୁଛନ୍ତି। ଯାହା ଫଳରେ ଗ୍ରାହକ ମାନେ ବିଷାକ୍ତ ଖାଦ୍ୟ ଖାଇ ରୋଗରେ ପଡ଼ୁଛନ୍ତି। ଏନେଇ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *