ବିଜେଡିର ୨୯ତମ ପ୍ରତିଷ୍ଠା ଦିବସରେ ସଂକଳ୍ପ ।
ବିଜେଡିର ୨୯ତମ ପ୍ରତିଷ୍ଠା ଦିବସରେ ସଂକଳ୍ପ । ବିଜେପି ନେତା ଓ କର୍ମୀଙ୍କୁ ଜନତା କରିବେ ପ୍ରଶ୍ନ ଖସଡ଼ା ପ୍ରସ୍ତୁତ ।ହିଞ୍ଜିଳିକାଟୁ ୨୬/୧୨/୨୫ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଠାରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ହିଞ୍ଜିଳି ବ୍ଳକ ସଭାପତି ଦୁର୍ଗାମଧାବ ସାହୁ ଏବଂ ପୋୖରାଞ୍ଚଳ ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ନେତୃତ୍ବରେ ସ୍ଥାନୀୟ ମିନିଷ୍ଟାଡିୟମ ଠାରୁ ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରିଥିଲେ । ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ପଥପ୍ରାନ୍ତ ସଭା ଆୟୋଜନ କରିଥିଲେ। ସୁଚନାମୁତାବକ ପ୍ରତିଷ୍ଠା ଦିବସରେ କର୍ମୀମାନେ ସଂକଳ୍ପ ନେଇ ପ୍ରତ୍ୟେକ ଘରକୁ ଘର ଯାଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୨୪ ବର୍ଷର ସୁଶାସନ , ଜନ କଲ୍ୟାଣ ଯୋଜନା ,ଆଇନଶୃଙ୍ଖଳା , ମହିଳାଙ୍କ ମିଶନଶକ୍ତି ,ଦରଦାମ ନିୟନ୍ତ୍ରଣ କରାଯାଇଥିବା ବେଳେ ରଙ୍ଗମରା ବିଜେପି ସରକାର ବିଗତ ୧୮ ମାସରେ ଡବଲ ଇଞ୍ଜିନି ସରକାରଙ୍କ ସବୁ କ୍ଷେତ୍ରରେ ଅସଫଳତା , ନାରୀ ସୁରକ୍ଷା ବ୍ୟବସ୍ଥା ଫେଲ ମାରିଥିବା ଉପରେ ଜନଜାଗରଣ ସୃଷ୍ଟି କରିବା ସହ ଏକତାବଦ୍ଧ ହୋଇ ଲଢ଼େଇ କରିବା ନେଇ ଶପଥ ପାଠ କରିଥିଲେ । ଯେ କୌଣସି ବିଜେପି ନେତା ଓ କର୍ମୀଙ୍କୁ ଏଣିକି ଜନତା ପ୍ରଶ୍ନ କରିବେ କି ? ୩୦୦ ୟୁନିଟ ବିଜୁଳି ମାଗଣା ,ମାସିକ ପ୍ରତ୍ୟେକ ମହିଳାଙ୍କୁ ୧୦୦୦ ଟଙ୍କା , ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କା ,ଚିଟଫଣ୍ଡ ଟଙ୍କା ,ଓଡ଼ିଆ ଅସ୍ମିତା , ଶ୍ରୀମନ୍ଦିର ରତ୍ନଭଣ୍ଡାର ,ବିକାଶ ମୁଳକ ଶିକ୍ଷା ,ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଦରଦାମ ବୃଦ୍ଧି ନେଇ ଜନସାଧାରଣ କେମିତି ପ୍ରଶ୍ନ କରିବେ ତାହାର ଏକ ଖସଡ଼ା ପ୍ରସ୍ତୁତ ଆଜିର ପ୍ରତିଷ୍ଠା ଦିବସରେ କରାଗଲା । ଆୟୋଜିତ କାର୍ଯ୍ୟକ୍ରମରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର ,ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ପ୍ରଧାନ , ଡି ବିଶ୍ବନାଥ , ହିଞ୍ଜିଳି ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ,ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ , ଜିଲ୍ଲା ପରିଷଦ ସଭ୍ଯା ପ୍ରୀତି ସାହୁ ,ସରପଞ୍ଚ ନିଳାଞ୍ଚଳ ସାହୁ ,ବ୍ଳକ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ ,ନାରୀ ନେତ୍ରୀ ରଶ୍ମିତା ବେହେରା , ସରପଞ୍ଚ , ସମିତସଭ୍ଯ /ସଭ୍ଯା ,ଜିଲ୍ଲା ପରିଷଦ ସଭ୍ଯା ,ଛାତ୍ର ଓ ଯୁବ ବିଜେଡି କର୍ମୀ ପ୍ରମୁଖ ଭାଗ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ପ୍ୟାରୀମୋହନ ପାଢ଼ୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା ବେଳେ ବରିଷ୍ଠ ନେତା ନୀଳମଣି ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ ।
