ସର୍ବଭାରତୀୟ ମହିଳା ଫୁଟବଲ ଟୁଣ୍ଣାର୍ମେଣ୍ଟ ଦ୍ୱିତୀୟ ଦିନରେ ସୁନ୍ଦରଗଡ଼ ୧-୦ ଗୋଲରେ ବିଜୟୀ

ଓଡ଼ଗାଁ – ୨୬-୧୨-୨୫ ନୟାଗଡ଼ ଜିଲ୍ଲା ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ଶରଣକୁଳ ସ୍ପୋଟସ ଆସୋସିଏସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ୨ୟ ଦିନର ଖେଳ ସ୍ପୋର୍ଟ୍ସ ହଷ୍ଟେଲ, ସୁନ୍ଦରଗଡ ୧- ୦ ଗୋଲରେ ତାରିଣୀ ଫୁଟବଲ ଏକାଡ଼ମୀ, କେଉଁଝରକୁ ହରାଇ ବିଜୟୀ ହାସଲ କରିଛି । ଆଜି ବହୁ ସଂଖ୍ୟକ ପୁରୁଷ ଓ ମହିଳା ଦର୍ଶକଙ୍କ ଗହଣରେ ଅନୁଷ୍ଠିତ ପ୍ରଥମାର୍ଦ୍ଧ ଖେଳର ୨୦ତମ ମିନିଟରେ ସୁନ୍ଦରଗଡ ଦଳର ୧୪ ନଂ ଜର୍ସି ଖେଳାଳି ଶିବାନୀ ମୁଣ୍ଡାରୀଙ୍କ ଗୋଲରେ ଦଳ ୧- ୦ ଗୋଲରେ ଆଗୁଆ ଥିଲା। ଦ୍ୱିତୀୟାର୍ଦ୍ଧ ଖେଳରେ କେଉଁଝର ଦଳ ପ୍ରତି ଆକ୍ରମଣାତ୍ମକ ଖେଳିଥିଲେ ପରେ ସ୍ପୋର୍ଟ୍ସ ହଷ୍ଟେଲ, ସୁନ୍ଦରଗଡ଼ ଦଳ ଚମତ୍କାର ଖେଳିଥିଲେ ମଧ୍ୟ ଗୋଲ ଶୂନ୍ୟ ରହିଥିଲା। ଫଳରେ ସୁନ୍ଦରଗଡ଼ ଦଳ ୧-୦ଗୋଲରେ ବିଜୟ ହାସଲ କରିଥିଲା। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ ଏବଂ ଶରଣକୁଳ ଥାନା ଅଧିକାରୀ ସୁଜିତ ଦାସଙ୍କ ସମେତ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଜ୍ୟୋତିର୍ମୟ ମହାନ୍ତି, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ସହ ସମ୍ପାଦକ ଲିଙ୍ଗରାଜ ପାତ୍ର, କୋଷାଧକ୍ଷ ପ୍ରମୋଦ କୁମାର ପ୍ରଧାନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ସର୍ବଶ୍ରେଷ୍ଠ ଖେଳାଳିଭାବେ ସୁନ୍ଦରଗଡ ଦଳର ଖେଳାଳି ଶିବାନୀ ମୁଣ୍ଡାରୀଙ୍କୁ ଟ୍ରଫି ସହ ଏକ ହଜାର ଟଙ୍କା ପ୍ରଦାନ କରିଥଲେ। ଆଜିର ଖେଳକୁ ମୁଖ୍ୟ ରେଫେରି ଭାବେ ଜାତୀୟ ରେଫେରୀ ରୀନା ତିର୍କି ଲାଇନରେ ରାଉରକେଲାର ଆରତୀ ମହାନ୍ତି ଓ ବାଲେଶ୍ୱରର ସୀତା ମାରାଣ୍ଡି ଏବଂ ୪ର୍ଥ ରେଫେରୀ ଭାବେ ଭୁବନେଶ୍ୱରର ଭାରତୀ ମହାନ୍ତି ପରିଚାଳନା କରିଥିଲେ। ଏଆଇଏଫଏଫ ର ମ୍ୟାଚ କମିଶନର ଦୁର୍ଗା ଚରଣ ନାୟକ ଏବଂ ଓଡିଶା ଫୁଟବଲ ଆସୋସିଏସନର ଚୟନକର୍ତ୍ତା ଚିତ୍ରସେନ ପାତ୍ର ଯୋଗ ଦେଇଥିଲେ। ଖେଳର ଧାରା ବିବରଣୀ ଭାଷ୍ୟକାର ଶେଖ ଅବଦୁଲ ଖାଲିକ ଓ ଭବାନୀ ଶଙ୍କର ମହାପାତ୍ର କରିଥିଲେ। ଅନୁଷ୍ଠାନର ମୁଖ୍ୟ ସଂଯୋଜକ ବିକାଶ ଜ୍ୟୋତି ଦୋରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶନିବାରର ଖେଳ ସ୍ପୋର୍ଟ୍ସ ହଷ୍ଟେଲ, ସୁନ୍ଦରଗଡ଼ ବନାମ ରାଞ୍ଚି ଏକାଦଶ, ଝାଡ଼ଖଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ସୂଚନା ଦେଈଛନ୍ତି।

Leave a Reply

Your email address will not be published. Required fields are marked *