ଭିସୁଟ, ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ଭିସୁଟ, ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ l ବିଜ୍ଞାନ ଓ ଜ୍ଞାନକୌଶଳର ବିନିଯୋଗ ମାନବକଲ୍ୟାଣ ପାଇଁ ହେବା ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନମଣିଷ ଜୀବନକୁ ସରଳ କରିବା ପାଇଁ ‘ନବାଚାର’ର ଆବଶ୍ୟକତା ରହିଛି ଜାତୀୟ ଶିକ୍ଷା ନୀତିକୁ ମନପ୍ରାଣ ଦେଇ କାର୍ଯ୍ୟକାରୀ କରିବାରେ ଭିସୁଟ ଦେଶର ଅଗ୍ରଣୀ ଅନୁଷ୍ଠାନଆଇଆଇଟି ମାଡ୍ରାସରେ ‘ଏଆଇ ଟୁଲ୍’ ମାଧ୍ୟମରେ ମାତୃଭାଷାରେ ବୈଷୟିକ ଶିକ୍ଷାଦାନର ଉଦାହରଣ ଦେଲେ’ସମ୍ବେଦନଶୀଳତା’ ହିଁ ଭିସୁଟ୍‌ର ମୂଳ ଚରିତ୍ର ଏବଂ ଓଡ଼ିଶାକୁ ବିକଶିତ କରିବାର ଚାବିକାଠି ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତର୍ନିହିତଭିସୁଟ୍ ହିଁ ଓଡ଼ିଶାର ନବନିର୍ମାଣର ପ୍ରକୃତ ମଞ୍ଜି, ବିଶ୍ୱର ଜଟିଳ ସମସ୍ୟାର ସମାଧାନ କେନ୍ଦ୍ର ପାଲଟିବ ଏହି ଅନୁଷ୍ଠାନ ସମ୍ବଲପୁରରେ ‘କ୍ୱାଣ୍ଟମ ସେଣ୍ଟର’ର ପରିକଳ୍ପନାର ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ବୁର୍ଲା/ସମ୍ବଲପୁର, ଡିସେମ୍ବର ୨୬ – ବୁର୍ଲାର ବିଶେଷତ୍ୱ ହେଉଛି ଏହାର ଉଦ୍ୟୋଗୀ ମାନସିକତା । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ର ପୂର୍ବତନ ଛାତ୍ରଛାତ୍ରୀମାନେ ‘ସମ୍ବଲପୁରୀ ହବ୍’ ଭଳି ଷ୍ଟାର୍ଟଅପ୍ କରି ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି । ମନେରଖିବାକୁ ହେବ ଯେ, ବିଜ୍ଞାନ ଓ ଜ୍ଞାନକୌଶଳର ମୂଳ ଉଦ୍ଦେଶ୍ୟ କେବଳ ଭୌତିକ ଉପଲବ୍ଧି ନୁହେଁ, ବରଂ ମାନବ କଲ୍ୟାଣ ହେବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ଭିସୁଟର ୧୭ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ବିଗତ ବର୍ଷର ଗୌରବମୟ ଯାତ୍ରା ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଅଗଣିତ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଗଠନ କରିଛି, ଯେଉଁମାନେ ଆଜି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜ ମାତୃଭୂମି ଓଡ଼ିଶା ଓ ଦେଶ ପାଇଁ ଗୌରବ ଆଣିଛନ୍ତି । ଆଜିର ଶୁଭ ଅବସରରେ ଡିଗ୍ରୀ, ଉପାଧି ଓ ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିକୁ ମନପ୍ରାଣ ଦେଇ କାର୍ଯ୍ୟକାରୀ କରିବାରେ ଭିସୁଟ ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଉଭା ହୋଇଛି । ଆଜିର ଅବସରରେ ଭିସୁଟ୍ ପକ୍ଷରୁ ଓଡ଼ିଆ ଭାଷାରେ ‘ପ୍ରୟୋଗଶାଳା ନିର୍ଦ୍ଦେଶିକା’ ସମେତ ତିନୋଟି ହ୍ୟାଣ୍ଡବୁକ୍ ଉନ୍ମୋଚନ ଏହାର ଜ୍ୱଳନ୍ତ ପ୍ରତିଫଳନ ।

ଆଇଆଇଟି ମାଡ୍ରାସର ପ୍ରଫେସରଙ୍କ ସହଯୋଗରେ ‘ଏଆଇ ଟୁଲ୍’ ମାଧ୍ୟମରେ ମାତୃଭାଷାରେ ବୈଷୟିକ ଶିକ୍ଷାଦାନ ସମ୍ଭବ ହୋଇପାରିଛି । ଆଜିର ଯୁଗରେ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା କଣ? ମଣିଷ ଜୀବନକୁ ସରଳ କରିବା ପାଇଁ ନୂତନତା ବା ‘ନବାଚାର’ର ଆବଶ୍ୟକତା ରହିଛି । ସମ୍ବଲପୁରର ଇତିହାସ ଅତି ପ୍ରାଚୀନ ; ଭୀମମଣ୍ଡଳୀରେ ପ୍ରାୟ ୧୦ ହଜାର ବର୍ଷ ତଳେ ଏଠାକାର ‘ରକ୍ ଆର୍ଟ’ ବା ଶୈଳଚିତ୍ର ପ୍ରମାଣ ଦିଏ ଯେ ସେତେବେଳେ ମଧ୍ୟ ମଣିଷ କୌଣସି ନା କୌଣସି ‘ଟୁଲ୍’ ବ୍ୟବହାର କରି ନିଜର ଅଭିବ୍ୟକ୍ତିକୁ ପ୍ରକାଶ କରୁଥିଲା । ସେହି ଐତିହ୍ୟକୁ ଆଧାର କରି ଆଜିର ଆଧୁନିକତା ଶିଖର ଛୁଇଁବା ଦରକାର । ‘ସମ୍ବେଦନଶୀଳତା’ ହିଁ ଭିସୁଟ୍‌ର ମୂଳ ଚରିତ୍ର ଏବଂ ଓଡ଼ିଶାକୁ ବିକଶିତ କରିବାର ଚାବିକାଠି ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଖରେ ଅଛି । ଆଜିର ଟେକ୍ନୋଲୋଜି ଯୁଗରେ ଆମେ ସମ୍ବଲପୁର ଠାରେ ଏକ ‘କ୍ୱାଣ୍ଟମ ସେଣ୍ଟର’ର ପରିକଳ୍ପନା କରିଛୁ । ଭିସୁଟ୍ ହିଁ ଓଡ଼ିଶାର ନବନିର୍ମାଣର ପ୍ରକୃତ ମଞ୍ଜି । ଯଦି ଭିସୁଟ୍ ନିଜର ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିବ, ତେବେ ଏହି ଅନୁଷ୍ଠାନ ବିଶ୍ୱର ଅନେକ ଜଟିଳ ସମସ୍ୟାର ସମାଧାନ କେନ୍ଦ୍ର ପାଲଟିବ, ଏଥିରେ କୌଣସି ସନ୍ଦେହ ନାହିଁ ।ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଏହି ଶିକ୍ଷାନୁଷ୍ଠାନ ପରିସରରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ, ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *