ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ଶୋଭାଯାତ୍ରା
Date-26/12/25*ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା -ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ରଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ମାନେ ଯୋଗଦେଇ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ନାରାବାଜି କରିବା ସହିତ ଜିଲ୍ଲା ପ୍ରଶାସନ କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଟାଟା ପାୱାର ର୍ ମାନମୁଖୀ ନିଷ୍ପତ୍ତି ଓ ଖାଉଟି ମାନଙ୍କୁ ଶୋଷଣ କରିବା ବିରୋଧ ରେ ଏହି ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବ ସହିତ ସାଧାରଣ ଲୋକମାନଙ୍କୁ ସଚେତନ କରାଯାଇଛି । ତେବେ ଏହି ଶୋଭାଯାତ୍ରା ସ୍ଥାନୀୟ ଟାଉନ ହଲ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ରେ ପହଁଚି ଥିଲା ।
