ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ଗ୍ରାମେ ଗ୍ରାମେ ଶ୍ରୀଜଗନ୍ନାଥ କଥା

ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଗ୍ରାମେ ଗ୍ରାମେ ଶ୍ରୀଜଗନ୍ନାଥ କଥା ଅନୁଷ୍ଠିତ। ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ମହାପ୍ରଭୁଙ୍କ ମହିମା ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ “ଗ୍ରାମେ ଗ୍ରାମେ ଶ୍ରୀଜଗନ୍ନାଥ କଥା” କାର୍ଯ୍ୟକ୍ରମ ଅନୁଷ୍ଠାନର ସଂପାଦକ ଡଃ ଶଶିକାନ୍ତ ରଥଙ୍କ ସଭାପତିତ୍ବରେ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପହଙ୍ଗା ଗ୍ରାମର ବଡ଼ମଠ ଠାରେ ଗ୍ରାମବାସୀମାନଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ମହାପ୍ରଭୁଙ୍କ ନିକଟରେ ବୈଦିକ ମଙ୍ଗଳା ଚରଣ ପାଠ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ସଂପାଦକ ଡଃ ଶଶିକାନ୍ତ ରଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନା କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ନାଥ ଓ ସେ ମାନବୀୟ ଲୀଳା ପ୍ରଦର୍ଶନ କରି ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି। ସେ ଓଡ଼ିଆ ଜାତିର ହୃଦୟର ଦେବତା,ପ୍ରତିଟି ଓଡ଼ିଆ ତାଙ୍କ ବିଷୟରେ ଜାଣିବା ଆବଶ୍ୟକ ବୋଲି ମତପୋଷଣ କରିଥିଲେ। ମୁଖ୍ୟ ବକ୍ତା ରୂପେ ଶ୍ରୀଯୁକ୍ତ ନଳିନୀ କାନ୍ତ ସାହୁ ଯୋଗ ଦେଇ ସ୍କନ୍ଦ ପୁରାଣ ଆଧାରରେ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ମହିମା ବର୍ଣ୍ଣନା କରିଥିଲେ l

ବିଶିଷ୍ଟ ବକ୍ତା ରୂପେ ଶ୍ରୀଯୁକ୍ତ ସୁଧୀର କୁମାର ସାହାଣୀ ଯୋଗଦେଇ ମହାପ୍ରଭୁଙ୍କ ଶ୍ରବଣ କରାଇଥିଲେ, ସେ କହିଲେ ମହାପ୍ରଭୁ ପରଂବ୍ରହ୍ମ, ପୁରୁଷୋତ୍ତମ ତାଙ୍କ ନାମ, ଧାମ, ଲୀଳା ଦିବ୍ୟ ଅଟେ। ମନୁଷ୍ୟକୁ ଉଚିତ୍ ମାର୍ଗରେ ନେବାପାଇଁ ମହାପ୍ରଭୁଙ୍କ ଲୀଳା, ମହିମାକୁ ଜାଣିବା ଆବଶ୍ୟକ। ଶ୍ରୀଯୁକ୍ତ ସୁରେଶ କୁମାର ଚୌଧୁରୀ ସଭା ପରିଚାଳନା କରିଥିଲେ। ଇତ୍ୟବସରରେ ଶ୍ରୀଯୁକ୍ତ ନଳିନୀ କାନ୍ତ ସାହୁ , ଶ୍ରୀଯୁକ୍ତ ସୁବ୍ରତ କୁମାର ବେହୁରା, ଶ୍ରୀଯୁକ୍ତ ଗଜି ଦାସ୍ ଓ ଶ୍ରୀଯୁକ୍ତ ସବିତ କାଠୁଆଙ୍କୁ ମହାପ୍ରଭୁଙ୍କ ଫଟୋଚିତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଗଲା। ଏଥିରେ ଶ୍ରୀଯୁକ୍ତ ଦିଲ୍ଲିପ କୁମାର ରଥ, ଶ୍ରୀମତୀ ଭାନୁମତୀ ପଣ୍ଡା, ଆଦିତ୍ୟ କୁମାର ରଥ, ପ୍ରମୁଖ ସହଯୋଗ କରିଥିଲେ। ଅନୁଷ୍ଠାନର ସଭ୍ୟା ଶ୍ରୀମତୀ କବିତା ମିଶ୍ର ନିଜର ଅନୁଭୂତି ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *