ଆରପରିରେ ଯାତ୍ରା ଜଗତର ସୁନାମ ଧନ୍ୟ ହାସ୍ୟ ଅଭିନେତା ଦେବେନ୍ଦ୍ର ଦାସ ।
ତିର୍ତ୍ତୋଲ:ଆଉ ନାହାନ୍ତି ଯାତ୍ରା ଜଗତର ସୁନାମ ଧନ୍ୟ ହାସ୍ୟ ଅଭିନେତା ଦେବେନ୍ଦ୍ର ଦାସ , ପ୍ରିୟ କମେଡିଆନ (ବୁଦ୍ଧିଆ ନନା) ମଞ୍ଚ ରେ ଅଭିନୟ କରିବା ପୂର୍ବରୁ ମଞ୍ଚ କୁ bay bay କରି ସବୁ ଦିନ ପାଇଁ ବିଦାୟ ନେଉଛନ୍ତି କେବଳ ଯାତ୍ରା ମଞ୍ଚ ନୁହେଁ ଏ ଦୁନିଆ ରଙ୍ଗ ମଞ୍ଚରୁ ସେ ବିଦାୟ ନେଇ ଅଫେର ରାଇଜ କୁ ଚାଲି ଯାଇଛନ୍ତି , ଜଗସିଂହପୁର ଜିଲ୍ଲା ଗୋପାଳପୁର ଗ୍ରାମ ରେ ତାଙ୍କର ଜନ୍ମ , ପଞ୍ଚମ ଶ୍ରେଣୀ ରେ ପାଠ ପଢିବା ବେଳେ ଫ୍ରାନ୍ସ ଡ୍ରେସ୍ compitition ରେ ପୁରସ୍କୃତ ହେଲା ପରେ ଜଣେ କଳାକାର ହେବାର ଆଶା ତାଙ୍କ ମନ ରେ ବିଗୁରିତ ହେଇ ଥିଲା , ପରେ ନିଜ ଗାଁ ର ସଂପର୍କିତ କକେଇ (ବୈରାଗୀ ନନା) ଙ୍କ ସହିତ ୧୦ ବର୍ଷ ବୟସ ରେ ଯାତ୍ରା ରେ ଆସି ଯୋଗ ଦିଅନ୍ତି , ଯାତ୍ରା ଅନୁଷ୍ଠାନ ଥିଲା, କଳିଙ୍ଗ ଭାରତୀ କାଂଶ ଅପେରା , ସେଥିରେ ସେ ଶିଶୁ କଳାକାର ଭାବରେ ଅଭିନୟ କରନ୍ତି , ତାପରେ ଆସି ଯୋଗ ଦିଅନ୍ତି ଇଚ୍ଛାପୁର ଅପେରା ରେ , ସ୍ୱର୍ଗତ ଦୁଃଖୀରାମ ସ୍ୱାଇଁ ଙ୍କ ନିର୍ଦ୍ଦେଶନା ରେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଆନ୍ତି , ପ୍ରଥମ ନାଟକ (ଚଣ୍ଡୀ ମଙ୍ଗଳ) ହାସ୍ୟ ଅଭିନେତା ଭାବରେ ସେ ବିଶ୍ଵଭାରତୀ ଅପେରା ରେ ଅଭିନୟ ଜୀବନ ଆରମ୍ଭ କରି ଥିଲେ । ଏମିତି କିଛି ଆଗେଇ ଚାଲିଲା ବୁଦ୍ଧିଆ ନନା ଙ୍କ ଯାତ୍ରା ର ଜୟ ଯାତ୍ରା । କାଂସ ଅପେରା, ଇଚ୍ଛାପୁର ଅପେରା, ବିଶ୍ଵଭାରତୀ, ରଜେଶ୍ୱରୀ , କଳାନିକେତ, ପାର୍ବତୀ ଗଣନାଟ୍ୟ, ଅପେର ସମ୍ରାଟ୍ , ଇଷ୍ଟନ yellow, କୋଣାର୍କ ଗଣନାଟ୍ୟ, ଯାତ୍ରା ସଚ୍ଚିଦାନନ୍ଦ, ଯାତ୍ରା ରଙ୍ଗ ମହଲ , ବିଶ୍ଵ ଦରବାର ଏମିତି ଅନେକ ଯାତ୍ରା ଅନୁଷ୍ଠାନ। ସେ ଅଭିନୟ କରିଥିବା ନାଟକ – ବାଘ ନେଇଗଲା ଦୌଡ଼ି ଆସ, ଅଭୁଜ ଆଖି ର ଅକୁହା କଥା, ଜେଜେ ତମେ ମିଛ କହିଲ, ବଦନାମ୍ ଗଳି ର ଝିଅ, ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ, ବାଜିଗଲେ ଦୋଷ ନାହିଁ, ନର୍କ ରୁ ନିର୍ମାଲ୍ୟ, ବଡ଼ଦାଣ୍ଡ ର ଭିକାରୀ , ଭୁଲ୍ ବୁଝିବନି ରହିଲା ରାଣ , ଅସତ୍ୟ ସହର ଏମିତି ଅନେକ ନାଟକ । ଦିବ୍ୟଙ୍ଗତ ନାଟ୍ୟକାର ଅନନ୍ତ ଓଝା ଙ୍କ ରଚିତ ତଥା ପାର୍ବତୀ ଗଣନାଟ୍ୟ ପ୍ରଯୋଜିତ ଅସତ୍ୟ ସହର ନାଟକ ତାଙ୍କୁ ଦର୍ଶକ ଙ୍କ ନିକଟତର କରାଇ ପାରିଥିଲା। ସେ ନାଟକ ରେ ମାଙ୍କଡ ରୁ ମଣିଷ ହେବା ଚରିତ୍ର ଟି ବୁଦ୍ଧିଆ ନନା ଙ୍କୁ ଦେଇଥିଲା ଅନେକ ପ୍ରଶଂସା, କେବଳ ଜଣେ ଭଲ କଳାକାର ତା ନୁହେଁ , ଜଣେ ଭଲ ମଣିଷ ହିସାବ ରେ ଯାତ୍ରା ଜଗତ ରେ ତାଙ୍କ ସହ କଳାକାର ମାନେ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିଲେ , ସଂସ୍ତଙ୍କର ସେ ପ୍ରିୟ ପାତ୍ର ହେଇ ପାରି ଥିଲେ । ଚଳିତ ବର୍ଷ ସେ କଳିଙ୍ଗ ଗଣନାଟ୍ୟ ରେ ଅଭିନୟ କରୁଥିଲେ , ଗତକାଲି ରାତିରେ ମାତ୍ର ୬୩ ବର୍ଷ ବୟସ ରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ରେ ଯାତ୍ରା ଜଗତରେ ଶୋକ ର ଛାୟା ଖେଳି ଯାଇଛି।
