ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2026 କାମଠଣା ରେ ଉଦଘାଟିତ ।

ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2026 କାମଠଣା ରେ ଉଦଘାଟିତ । ଘୁମୁରା ଲୋଗ, ପୋଷ୍ଟର ଉନ୍ମୋଚନ। ଭବାନୀପାଟଣା: ତା 27.12.2025 କଳାହାଣ୍ଡି ଜିଲ୍ଲା ର କଳା, ସଂସ୍କୃତି, ସାହିତ୍ୟ, ଲୁକାୟିତ ପ୍ରତିଭା, ଭାଇଚାରା ସମ୍ପର୍କର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା 2026 ପ୍ରତି ବର୍ଷ ଭଳି ଆଗାମୀ ଜାନୁଆରୀ 14 ରୁ 17 ତାରିଖ ପର୍ଯ୍ୟନ୍ତ ସଦରମହକୁମା ଭବାନୀ ପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଏବଂ 15 ରୁ 17 ଜାନୁଆରୀ ଧର୍ମଗଡ଼ ଉତ୍ସବ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଉଦଘାଟନୀ ଉତ୍ସବ ଭବାନୀପାଟଣା ବ୍ଲକର କାମଠଣା ଗ୍ରାମ ପଞ୍ଚାୟତ ତରଫରୁ, ସ୍ଥାନୀୟ ଦୂର୍ଗାମଣ୍ଡପ ଠାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଲୋକସଭା ସଦସ୍ୟ କଳାହାଣ୍ଡି ମାଳବିକା ଦେବୀ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ବିଡିଓ ଚନ୍ଦନ କୁମାର ଭୋଇ, ସ୍ଥାନୀୟ ସରପଞ୍ଚ ଲୋକନାଥ ଦୂର୍ଗା, ଜିଲ୍ଲା ଯୁବ ଅଧିକାରୀ ମାଇ ଭାରତ ପ୍ରସନ୍ନ ମେହେର, ଉତ୍ସବ ପ୍ରସାର ପ୍ରଚାର କମିଟି ର ଅଧ୍ୟକ୍ଷ ଶାନ୍ତନୁ କୁମାର ବେହେରା, କମିଟି ର କନଭେନର ହର ଜିନ୍ଦର ସିଂ,ସଦସ୍ୟ ସ୍ଵାଧୀନ ପାତ୍ର, ଦେବେନ୍ଦ୍ର ବିଶି ପ୍ରମୁଖ ଘୁମୁରା ଲୋଗ ଓ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଦେଓ କଳାହାଣ୍ଡି ର କଳା ସଂସ୍କୃତି ପରମ୍ପରା ମହାନ୍ ଏହାକୁ ବଞ୍ଚାଇ ରଖିବା ସହିତ,ଲୁକାୟିତ ପ୍ରତିଭା ର ବିକାଶ ଦିଗରେ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ଵାନ ଦେଇଥିଲେ। ଜିଲ୍ଲା ର କଳା, ସଂସ୍କୃତି ର ବିକାଶ ଓ ଭାଇଚାରା ସମ୍ପର୍କର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ଗ୍ରାମ ପଞ୍ଚାୟତ ସ୍ତର ରୁ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ସମସ୍ତେ ସହଯୋଗ କରିବା ସହିତ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଭାଇଚାରା ସମ୍ପର୍କରେ ଯୋଡି ହୋଇ ଉପଭୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପ୍ରକାଶ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ଲୋକନାଥ ଦୁର୍ଗା ସ୍ଵାଗତ ଅଭିଭାଷଣ ଦେଇଥିଲା ବେଳେ ବିଡିଓ ଚନ୍ଦନ ଭୋଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସବୁ କାର୍ଯ୍ୟକ୍ରମ କୁ ଜଗନ୍ନାଥ ତ୍ରିପାଠୀ ପରିଚାଳନା କରିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *