ଜଗତସିଂହପୁର ଜିଲ୍ଲାରେ କୋଶଳ କ୍ରୀଡା ଅନୁଷ୍ଠିତ
Date-27/12/25 ଜଗତସିଂହପୁର ଜିଲ୍ଲାରେ କୋଶଳ କ୍ରୀଡା ଅନୁଷ୍ଠିତ l ଭାଗନେଲେ 300 ରୁ ଉର୍ଦ୍ଧ୍ବ କ୍ରୀଡା ବିତଆଙ୍କର-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କୋଶଳ ଗ୍ରାମ ଠାରେ ଶ୍ରଦ୍ଧା ଫାଉଣ୍ଡେସନ, ମୁମ୍ବାଇ ପକ୍ଷରୁ ପଞ୍ଚମ ବାର୍ଷିକ କୋଶଳ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି ।କୋଶଳ କ୍ରୀଡା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କ୍ରୀଡା ଉତ୍ସବରେ ଶ୍ରଦ୍ଧା ଫାଉଣ୍ଡେସନର ଚେୟାରମ୍ୟାନ କ୍ୟାପଟେନ କମଳ ଚୌଧୁରୀ,ସିନେ ଅଭିନେତ୍ରୀ ଲେସଲି ତ୍ରିପାଠୀ, ସୁବାସ ଚନ୍ଦ୍ର ଚୌଧୁରୀ, ଆବାସ ଚୌଧୁରୀ ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷର କୋଶଳ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ ।

ଡିସେମ୍ବର ୨୭ ଓ ୨୮ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କ୍ରୀଡା ଉତ୍ସବରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୩୦୦ ରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ ଯୋଗ ଦେଇଥିଲେ । ଏହି କ୍ରୀଡ଼ାରେ ସିନିୟର,ଜୁନିଅର ଓ ସବ ଜୁନିଅର ଗ୍ରୁପରେ ୧୦୦ ,୨୦୦,୪୦୦,୧୫୦୦ମିଟର ଦୌଡ଼,ଅଖା ଦୌଡ଼,ଜାଭେଲୀନ, ଡିସକସ,ଲଙ୍ଗ ଜମ୍ପ,ହାଇ ଜମ୍ପ ଆଦି କ୍ରୀଡା ଅନୁଷ୍ଠିତ କରାଯିବ ।ଗ୍ରାମାଞ୍ଚଳରେ ଦୁସ୍ଥ କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀ ମାନଙ୍କୁ ପୋତ୍ସାହନ ଯୋଗାଇ ଦେବା ସହିତ ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାରକ୍ଷମ କରାଇବା ଆଦିରେ ସହଯୋଗର ହାତ ବଢ଼ାଇବା ଏହି କୋଶଳ କ୍ରୀଡ଼ାର ମୁଖ୍ୟ ଉଦେଶ୍ୟ ବୋଲି କହିଛନ୍ତି ଆୟୋଜକ ଶ୍ରଦ୍ଧା ଫାଉଣ୍ଡେସନର ଚେୟାରମ୍ୟାନ ।
