ମଣ୍ଡି ଖୋଲିବା ବିଳମ୍ବ ହେତୁ ଚାଷୀ ଧାନ ଅମଳ କରି ଚିନ୍ତା ରେ

ମଣ୍ଡି ଖୋଲିବା ବିଳମ୍ବ ହେତୁ ଚାଷୀ ଧାନ ଅମଳ କରି ଚିନ୍ତା ରେ।
ରଘୁନାଥପୁର -ତା -୨୭:୧୨:–ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳ ର ସମସ୍ତ ପଞ୍ଚାୟତ ର ଚାଷୀ ଧାନ ଅମଳ କରି ଏବେ ଚିନ୍ତାରେ କାରଣ ମଣ୍ଡି ଖୋଲିବା ବିଳମ୍ବ ହେତୁ ଅଷି ଭାଗ ଚାଷୀ ଧାନ ଅମଳ କରି ବାହାରେ ଧାନ ବସ୍ତା ରଖିବା ସହ ଖଳା ରେ ଅମଳ ଧାନ ଖୋଲା ଆକାଶ ତଳେ ରଖିବା ସହ ଚିନ୍ତାରେ ଦୀନ କାଟୁଛନ୍ତି। ଏଠାରେ ଉଲ୍ଲେଖ ଥାଉ କି ସରକାର ଚାଷୀମାନଙ୍କ ମାନଙ୍କ ପାଇଁ ବହୁତ ସୁବିଧା ମାନ ଘୋଷଣା କରୁଥିବାର ଦେଖାଯାଇଛି। ମାତ୍ର ତାହା ଏବେ ବିଡ଼ମ୍ବନାର କାରଣ ଫଷଲ ଅମଳ କରି ଚାଷୀ ତାର ଉପଯୁକ୍ତ ମୂଲ୍ୟ ନପାଇ ବଞ୍ଚିତ ହେଉଛି କାରଣ ଏହି ଅଂଚଳର ବହୁ ଚାଷୀ ଭାଗ କରି ଧାନ ଏବଂ ରବି ରୁତୁ ର ଫସଲ ମାନ କରିଥାଏ ମାତ୍ର ସେ ତା’ର ଉପଯୁକ୍ତ ମୂଲ୍ୟ ପାଇବାରେ ବଞ୍ଚିତ। ଉଦାହରଣ ସ୍ୱରୂପ ଗୋଠିଣା ଗ୍ରାମର ଶରତ ବାରିକ,ବାବୁ ସେଠି, ସ୍ମୃତି ରଞ୍ଜନ ବାରିକ ଏହି ପରି ବହୁ ଚାଷୀ ଏହାର ଉଦାହରଣ। ଏହି ଚାଷୀ ମାନଙ୍କ କହିବା ଅନୁସାରେ ଆମେ ଚାଷ କରି ଫଷଲ ର ଉପଯୁକ୍ତ ମୂଲ୍ୟ ର ବ୍ୟବସ୍ଥା ହେଲେ ଆମେ ଲାଭ ବାନ ହେବା ସହ ଜମି ମାଲିକ ମାନେ ମଧ୍ୟ ଲାଭବାନ ହେବେ। ତେଣୁ ସରକାର ଏବଂ ଏହି ବିଭାଗ ର କର୍ମଚାରୀ ମାନେ ଏଥିପ୍ରତି ଦୃଷ୍ଟିଦେଇ ଏହାର ପ୍ରତିକାର କଲେ ପ୍ରକୃତ ରେ ଚାଷ କରୁଥିବା ବ୍ୟକ୍ତି ଏବଂ ତାର ପରିବାର ଉପକୃତ ହୁଅନ୍ତେ। ଏଠାରେ ସୁଚନା ଥାଉ କି ଆଉ ଏକ ଅସୁବିଧା ର ସମ୍ମୁଖୀନ ମଧ୍ୟ ବେଳେ ବେଳେ ହବାକୁ ପଡେ କାରଣ ହଠାତ୍ ବର୍ଷା ହେଲେ ଏହି ମାନଙ୍କ ଫଷଲ ନଷ୍ଟ ହେବାର ମଧ୍ୟ ନଜର କୁ ଆସେ ମାତ୍ର ଏମାନେ କୈାଣସି ପ୍ରକାରର ସୁବିଧା ସରକାରଙ୍କ ନିକଟରୁ ପାଇଥାନ୍ତି।

Leave a Reply

Your email address will not be published. Required fields are marked *