ପ୍ରୟାସ’ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ପ୍ରୟାସ’ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।
ବଡ଼ଚଣା: ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ’ପ୍ରୟାସ’ପକ୍ଷରୁ ଶୁକ୍ରବାର ଚଣ୍ଡିଖୋଲ ନିକଟସ୍ଥ ବିଜୁ କଲ୍ୟାଣ ମଣ୍ଡପରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବଡ଼ଚଣା ଭାରପ୍ରାପ୍ତ ଥାନା ଅଧିକାରୀ ସୁରେନ୍ଦ୍ର ନାଥ ଜେନା, ଆଇନଜୀବୀ ଉଦୟନାଥ ସାହୁ, ଦେବରାଜ ବେହେରା, ସୁଙ୍ଗୁଡା ସରପଞ୍ଚ ଅଞ୍ଜୁଲତା ସ୍ୱାଇଁ ଓ ସମାଜସେବୀ ମୋହନ ମହାରଣା ପ୍ରମୁଖ ଉପସ୍ଥିତ ରହି ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଏ ପି ଜେ ଅବଦୁଲ କଲାମଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ। ଶିବିରରୁ ମୋଟ ୩୬ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। କଟକ ବଡ ମେଡିକାଲ ବ୍ଲଡ଼ ବ୍ୟାଙ୍କର ଡାକ୍ତର ସବ୍ୟସାଚୀ ଆଚାର୍ଯ୍ୟ, ସଂଯୋଜକ ରାମଚନ୍ଦ୍ର ଖଟୁଆ, କାଁହୁଚରଣ ସାହୁ, ଚିନ୍ମୟ ରଞ୍ଜନ ସାହୁ ଓ ବି ପି ଘୋଷ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ପ୍ରୟାସର ସମ୍ପାଦକ ଭାରତ ଭୂଷଣ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଆଶିଷ କୁମାର ମହାପାତ୍ର, ପ୍ରେସ କ୍ଲବ ସଭାପତି ବେଣୁଧର ପଣ୍ଡା, ସମ୍ପାଦକ ହେମେଶ ଜେନା,ଚଣ୍ଡୀଖୋଲ କୋର୍ଟର ପୂର୍ବତନ ସଭାପତି ଆଇନଜୀବୀ ଦେବରାଜ ବେହେରା, ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାଶ, ଆଇନଜୀବୀ ଦେବଯାନୀ ମିଶ୍ର,ଜିଲ୍ଲା ବିଜେପି ସମ୍ପାଦକ ପ୍ରମୋଦ କୁମାର ଜେନା,ପ୍ରୟାସ କୋଷାଧକ୍ଷ ଅମୀୟ ମହାରଣା, ଶିବରାମ ସାହୁ, କିଶୋର ସେଠି, ସୁରେନ୍ଦ୍ର ସାମଲ, ସୁଶାନ୍ତ କୁମାର ନାୟକ,ମକରଧ୍ଵଜ ଦାସ,ବସନ୍ତ କୁମାର ପଲେଇ, ଦିଲୀପ କୁମାର ସାହୁ, ଅଜିତ କୁମାର ମିଶ୍ର, ପ୍ରମୋଦ ମହାପାତ୍ର, ତ୍ରିଲୋଚନ ବେହେରା,ବିଶ୍ୱଜିତ ବରାଳ, ରାଜେନ୍ଦ୍ର ନାୟକ,ସୁଭାଶିଷ ଭୂୟାଁ ଓ ବିଶ୍ୱରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ରକ୍ତଦାତାଙ୍କୁ ଉଛାହିତ କରିଥିଲେ। ଶେଷରେ ସର୍ବାଧିକ ରକ୍ତଦାତାଙ୍କୁ ଶିବିରକୁ ଆଣିଥିବାରୁ ସଭ୍ୟ ତ୍ରିଲୋଚନ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଥିଲା।
ରକ୍ତଦାତା ଜୀବନ ଦାତା.
ସମୀର କୁମାର ସାହୁ, ମନମୋହନ ସାହୁ, ପ୍ରତାପ କୁମାର ପାତ୍ର, ମହେଶ୍ୱର ସ୍ୱାଇଁ, ଅମୀୟ ମହାରଣା, ଅଭିଜିତ ମହାରଣା, ସାଇପ୍ରସାଦ ମହାରଣା, ଭଗବାନ ସେନାପତି, ସଞ୍ଜୟ ମହଲା, ଅମରେନ୍ଦ୍ର ସାହୁ, ଦେବବ୍ରତ ସ୍ୱାଇଁ, ତ୍ରିଲୋଚନ ବେହେରା, ପ୍ରଦୀପ୍ତ ସାମଲ, ନିର୍ମଳ ଚନ୍ଦ୍ର ସାହୁ,ରାଜଲଷ୍ମୀ ବେହେରା, ସଂଜୀବ କୁମାର ଖଣ୍ଡେଇ, ପ୍ରୀତି ଅନୁରାଗ ପଟ୍ଟନାୟକ, ସୁବାଶିଷ ଭୂୟାଁ, ଉଲ୍ଲାସ କୁମାର ସାହୁ, ଜିତେନ୍ଦ୍ର ମାଝୀ, ବିଶ୍ୱରଂଜନ ସ୍ୱାଇଁ, ସୋମନାଥ ସାହୁ, ଦିଲିପ କୁମାର ସାହୁ, ଅନୁସୟାପ୍ରିୟଦର୍ଶିନୀ ମହାପାତ୍ର, କାଁହୁଚରଣ ଦାସ, ମନୋଜ ତ୍ରିପାଠୀ, ବସନ୍ତ କୁମାର ପଲେଇ, ଭାରତ ଭୂଷଣ ପଣ୍ଡା, ମନୋଜ କୁମାର ନାୟକ, ବିଶ୍ୱଜିତ ସାହୁ,ସୋମନାଥ ନାୟକ, ଆଶିଷ କୁମାର ସେଠି, ଅରବିନ୍ଦ ସାହୁ, ସତ୍ୟପ୍ରିୟ ରାଉତ, ସତ୍ୟଜିତ ଆଚାର୍ଯ୍ୟ, ସହଦେବ ବେହେରା।
