ଭିବି ଜୀ ରାମ ଜୀକୁ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ବକ୍ତବ୍ୟ

ଭିବି ଜୀ ରାମ ଜୀକୁ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ବକ୍ତବ୍ୟବିରୋଧୀ ଦଳ କ୍ରମାଗତ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି; ମୋଦୀ ସରକାର ଶ୍ରମିକ ଏବଂ ଗ୍ରାମାଞ୍ଚଳ, ଉଭୟଙ୍କୁ ଅଧିକ ସଶକ୍ତ କରିଛନ୍ତି’’ – ଶ୍ରୀ ଶିବରାଜ ସିଂହ‘‘କଂଗ୍ରେସ ଶାସନରେ, ମନରେଗା ଯୋଜନା ଦୁର୍ନୀତିର ପଙ୍କରେ ବୁଡ଼ିଥିଲା; ଆମେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିଛୁ’’ କଂଗ୍ରେସର କୌଣସି ଉଦ୍ଦେଶ୍ୟ ନଥିଲା କିମ୍ବା ନୀତି ନଥିଲା; ଏହା ସେହି କଂଗ୍ରେସ ଯିଏ ନିର୍ବାଚନ ଲାଭ ପାଇଁ ମହାତ୍ମା ଗାନ୍ଧୀଜୀଙ୍କ ନାଁକୁ ବ୍ୟବହାର କରିଥିଲା’’ ‘‘ଯେଉଁ କଂଗ୍ରେସ ନେତାମାନେ ମନରେଗାର ବଜେଟକୁ ବାରମ୍ବାର ହ୍ରାସ କରୁଥିଲେ ସେମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’’ ‘‘100 ଦିନ ନୁହେଁ, ଏବେ 125 ଦିନର ନିଯୁକ୍ତିର ଗ୍ୟାରେଣ୍ଟି; ସରକାର ଶ୍ରମିକମାନଙ୍କ ପାଇଁ ସୁରକ୍ଷାକୁ ଆହୁରି ବୃଦ୍ଧି କରିଛନ୍ତି’’ ‘‘କାର୍ଯ୍ୟ ଦାବି ଉପରେ ସରକାରଙ୍କ ବୈଧାନିକ ଦାୟିତ୍ୱ ସ୍ଥିର ଭାବେ ଧାର୍ଯ୍ୟ; ନିଯୁକ୍ତିରୁ ବଞ୍ଚିତ ହେବା ଅସମ୍ଭବ’’‘‘ଠିକ୍‌ ସମୟରେ କାମ ନପାଇବା ପାଇଁ ବାଧ୍ୟତାମୂଳକ ବେକାରି ଭତ୍ତା, ମଜୁରି ପ୍ରଦାନ ଡେରି ହେଲେ ବିଳମ୍ବିତ ଦେୟ ଦେବାର ବ୍ୟବସ୍ଥା’’“ଗ୍ରାମସଭା ଏବଂ ପଞ୍ଚାୟତର କ୍ଷମତା ହ୍ରାସ କରାଯାଇ ନାହିଁ; ଏବେ ଗାଁରୁ ନିଷ୍ପତ୍ତି ନିଆଯିବ, ସେଗୁଡ଼ିକ ଉପରୁ ଲାଗୁ କରାଯିବ ନାହିଁ” ‘‘ବିକଶିତ ଭାରତ – ଜୀ ରାମ୍ ଜୀରେ, ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ସମ୍ପ୍ରଦାୟର ଅଂଶଗ୍ରହଣକୁ ପ୍ରାଥମିକତା ଦିଆଯାଇଛି”“ଶ୍ରମିକମାନଙ୍କୁ ଦାନ ନୁହେଁ, ବରଂ ମର୍ଯ୍ୟାଦାଜନକ ଅଧିକାର ଦିଆଯିବ; ସୁରକ୍ଷିତ କାମ, ସ୍ୱଚ୍ଛ ଦେୟ ଏବଂ ଦୀର୍ଘସ୍ଥାୟୀ ଜୀବିକା”“ଏକ ବିକଶିତ ଭାରତ ନିର୍ମାଣ ପାଇଁ ନୂତନ ଆଇନ ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ, ସ୍ୱାବଲମ୍ବନ ଏବଂ ଶ୍ରମ ପ୍ରତି ସମ୍ମାନ ନୀତି ଉପରେ ଆଧାରିତ”ନୂଆଦିଲ୍ଲୀ, 27 ଡିସେମ୍ବରଭିବି ଜୀ ରାମ ଜୀ ଯୋଜନାକୁ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, କଂଗ୍ରେସ ଏବଂ ବିରୋଧୀ ଦଳ ଦ୍ୱାରା ଗ୍ରାମୀଣ ନିଯୁକ୍ତି, ଗ୍ରାମ ପଞ୍ଚାୟତର କ୍ଷମତା ଏବଂ ଶ୍ରମିକଙ୍କ ସୁରକ୍ଷା ସମ୍ପର୍କରେ ଭ୍ରମ ସୃଷ୍ଟି କରାଯାଉଛି। ଏହା ସତ୍ୟର ସମ୍ପୂର୍ଣ୍ଣ ବିପରୀତ ଏବଂ ଭ୍ରମାତ୍ମକ ବୋଲି ସେ ସେ ସ୍ପଷ୍ଟ କରିଛନ୍ତି । ଶ୍ରୀ ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ‘ବିକଶିତ ଭାରତ – ଜୀ ରାମ ଜୀ’ ଯୋଜନା ମାଧ୍ୟମରେ ଗ୍ରାମୀଣ ଭାରତ ଏବଂ ଶ୍ରମିକଙ୍କ ଅଧିକାରକୁ ପୂର୍ବ ଅପେକ୍ଷା ଅଧିକ ମଜବୁତ କରିଛନ୍ତି, ଦୁର୍ବଳ କରିନାହାନ୍ତି। କଂଗ୍ରେସ ଶାସନ ସମୟରେ, ମନରେଗା ଯୋଜନା ଦୁର୍ନୀତିର ପଙ୍କରେ ଫସି ରହିଥିଲା। ଏବେ ସମ୍ପୂର୍ଣ୍ଣ ସ୍ୱଚ୍ଛ ‘ବିକଶିତ ଭାରତ – ଜୀ ରାମ ଜୀ’ ଯୋଜନା ଅଣାଯାଇଛି, ଯାହା ମାଧ୍ୟମରେ ସାରା ଦେଶର ଶ୍ରମିକମାନେ ପ୍ରକୃତ ଲାଭ ପାଇବେ।କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, କଂଗ୍ରେସ କରୁଥିବା ହୋହଲ୍ଲା ସମ୍ପୂର୍ଣ୍ଣ ରାଜନୈତିକ। କଂଗ୍ରେସର କୌଣସି ଉଦ୍ଦେଶ୍ୟ ନଥିଲା କିମ୍ବା ନୀତି ନଥିଲା। ଏହା ସେହି କଂଗ୍ରେସ ଯାହା ନିର୍ବାଚନୀ ଫାଇଦା ପାଇଁ ମହାତ୍ମା ଗାନ୍ଧୀଜୀଙ୍କ ନାମ ବ୍ୟବହାର କରିଥିଲା। ଏହା ସେହି କଂଗ୍ରେସ ଯାହା ବିଭିନ୍ନ ସମୟରେ ମନରେଗାର ବଜେଟ୍ ହ୍ରାସ କରିଥିଲା। ଏହା ସେହି କଂଗ୍ରେସ ଯାହା ମଜୁରିକୁ ବନ୍ଦ କରିଦେଇଥିଲା, ଏବଂ ଆଜି କଂଗ୍ରେସର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ମୋଦୀ ସରକାର ଚାହିଦା ଆଧାରିତ ନିଯୁକ୍ତି ହ୍ରାସ କରିନାହାଁନ୍ତି, ବରଂ ଏହାକୁ ଆହୁରି ମଜବୁତ କରିଛନ୍ତି। ଭିବି – ଜୀ ରାମ ଜୀ ଆଇନ ଅନୁଯାୟୀ, ଗ୍ରାମୀଣ ପରିବାରକୁ 100 ଦିନ ପରିବର୍ତ୍ତେ 125 ଦିନର ଏକ ବୈଧାନିକ ନିଯୁକ୍ତି ଗ୍ୟାରେଣ୍ଟି ଦିଆଯାଉଛି, ଯାହା ଶ୍ରମିକଙ୍କ ପାଇଁ ଅଧିକ ଦିନର ସୁରକ୍ଷିତ ନିଯୁକ୍ତି ସୁନିଶ୍ଚିତ କରିବ। ଶ୍ରୀ ଶିବରାଜ ସିଂହ କହିଛନ୍ତି, କାମ ଦାବି କରୁଥିବା ଯେକୌଣସି ଗ୍ରାମୀଣ ପରିବାର ପାଇଁ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ଯୋଗାଇବା ସରକାରଙ୍କର ବୈଧାନିକ ଦାୟିତ୍ୱ ହେବ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆଯାଏ ନାହିଁ, ତେବେ ବେକାରି ଭତ୍ତା ପ୍ରଦାନ ପାଇଁ ଏକ ସ୍ପଷ୍ଟ ଏବଂ ବାଧ୍ୟତାମୂଳକ ବ୍ୟବସ୍ଥା ଅଛି। ଆହୁରି ଯଦି କାମ ପାଇବା ପରେ, ମଜୁରି ନିର୍ଦ୍ଧାରିତ ସମୟସୀମାରେ ପ୍ରଦାନ କରାଯାଏ ନାହିଁ, ତେବେ ବିଳମ୍ବ କ୍ଷତିପୂରଣ ଦେବାର ଏକ ବ୍ୟବସ୍ଥା, ଅର୍ଥାତ୍ ବିଳମ୍ବ ପାଇଁ ଅତିରିକ୍ତ ଦେୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।ବିରୋଧୀ ଦଳ ନିଯୁକ୍ତି ସୁରକ୍ଷା ହ୍ରାସ କରାଯାଉଛି ବୋଲି କହି ଜନସାଧାରଣଙ୍କୁ ଭ୍ରମିତ କରୁଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଆଇନର ବ୍ୟବସ୍ଥା ଅନୁଯାୟୀ ନିଯୁକ୍ତି ସୁରକ୍ଷା ହ୍ରାସ କରାଯାଇ ନାହିଁ, ବରଂ ଏହାକୁ ଆହୁରି ବୃଦ୍ଧି କରାଯାଇଛି। 125 ଦିନର ଗ୍ୟାରେଣ୍ଟି, ବେକାରି ଭତ୍ତା ଏବଂ ବିଳମ୍ବରେ ଦେୟ ପ୍ରଦାନ ଭଳି ବ୍ୟବସ୍ଥା ପୂର୍ବ ତୁଳନାରେ ଶ୍ରମିକଙ୍କ ଅଧିକାରକୁ ଯଥେଷ୍ଟ ସୁଦୃଢ଼ କରିଥାଏ। ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ ସଭାର କ୍ଷମତା ଉପରେ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ଏକ ଦୃଢ଼ ଜବାବ ଦେଇ ସେ କହିଛନ୍ତି, ଗ୍ରାମ ସଭା ଏବଂ ଗ୍ରାମ ପଞ୍ଚାୟତର କ୍ଷମତା ଦୁର୍ବଳ ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଭିବି – ଜୀ ରାମ ଜୀ ଆଇନରେ, ଯୋଜନା, ଅନୁମୋଦନ, ତଦାରଖ ଏବଂ କାର୍ଯ୍ୟର ସାମାଜିକ ଅଡିଟ୍ କରିବାରେ ଗ୍ରାମ ସଭା, ଗ୍ରାମ ପଞ୍ଚାୟତ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଭୂମିକାକୁ ଆହୁରି ସୁଦୃଢ଼ କରାଯାଇଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଗ୍ରାମସଭାରେ, ଲୋକଙ୍କ ଏବଂ ଗାଁର ଆବଶ୍ୟକତା ଆଧାରରେ କାର୍ଯ୍ୟର ଚିହ୍ନଟ ଏବଂ ପ୍ରାଥମିକତା ନିର୍ଦ୍ଧାରଣ କରାଯିବ । କାର୍ଯ୍ୟର ଗୁଣାତ୍ମକ କାର୍ଯ୍ୟକାରିତା ଏବଂ ପ୍ରଗତି ଉପରେ ନିୟମିତ ନଜର ରଖାଯିବ । ଖର୍ଚ୍ଚ, ଦେୟ ଏବଂ କାର୍ଯ୍ୟର ଗୁଣାତ୍ମକ ମାନର ସାମାଜିକ ଅଡିଟ୍ ମାଧ୍ୟମରେ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ସାମାଜିକ ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଗ୍ରାମସଭାରେ ବାଧ୍ୟତାମୂଳକ ସାର୍ବଜନୀନ ସମୀକ୍ଷା ପ୍ରଦାନ କରାଯାଇଛି।ଶ୍ରୀ ଚୌହାନ ଆହୁରି କହିଛନ୍ତି ଯେ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ସମ୍ପ୍ରଦାୟର ଅଂଶଗ୍ରହଣକୁ ବିଶେଷ ଭାବରେ ବୃଦ୍ଧି କରାଯାଇଛି। ଅଭିଯୋଗ ସମାଧାନ ଏବଂ ଉତ୍ତରଦାୟିତ୍ୱ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି । ଡିଜିଟାଲ ତଦାରଖ ସହିତ, ସ୍ଥାନୀୟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଛି। ଉପରୁ ନିଷ୍ପତ୍ତି ଲାଗୁ କରାଯିବ ନାହିଁ; ବରଂ ଗ୍ରାମ ଏବଂ ଗ୍ରାମସଭାରୁ ନିଷ୍ପତ୍ତି ହେବ। ଏହିପରି ଭାବରେ, ଗ୍ରାମସଭା ଏବଂ ସ୍ଥାନୀୟ ପ୍ରତିଷ୍ଠାନଗୁଡ଼ିକର ଭୂମିକାକୁ କେବଳ ସୁରକ୍ଷିତ କରାଯାଇନାହିଁ, ବରଂ ଅଧିକ ନିର୍ଣ୍ଣାୟକ, ଅଂଶଗ୍ରହଣକାରୀ ଏବଂ ଉତ୍ତରଦାୟୀ କରାଯାଇଛି।ଶ୍ରମିକଙ୍କ ଅଧିକାର ଉପରେ ବକ୍ତବ୍ୟ ରଖି ଶ୍ରୀ ଚୌହାନ କହିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟ ଶ୍ରମିକମାନଙ୍କୁ ଦାନ ଦେବା ନୁହେଁ, ବରଂ ସେମାନଙ୍କୁ ସମ୍ମାନ, ସୁରକ୍ଷା ଏବଂ ସ୍ଥାୟୀ ଜୀବିକା ପ୍ରଦାନ କରିବା। ଭିବି – ଜୀ ରାମ ଜୀ ଆଇନ ମାଧ୍ୟମରେ, ଗାଁରେ ଠିକ୍‌ ସମୟ କାମ ଯୋଗାଇ ଦେବା, ସମ୍ମାନଜନକ ମଜୁରି ପ୍ରଦାନ କରିବା, ସୁରକ୍ଷିତ କାର୍ଯ୍ୟ ପରିସ୍ଥିତି, ମଜୁରି ଦେୟ ସମୟସୀମା ନିର୍ଦ୍ଧାରଣ କରିବା ଏବଂ ସ୍ୱଚ୍ଛ ଭାବେ ସମସ୍ତ କାମ କରିବାକୁ ସୁନିଶ୍ଚିତ କରାଯାଇଛି। ଶ୍ରମିକଙ୍କ ଗାଁର ବ୍ୟାପକ ବିକାଶ ସହିତ ସ୍ୱଚ୍ଛ, ସମୃଦ୍ଧ ଓ ବିକଶିତ ଗ୍ରାମ ସୃଷ୍ଟି ଏବଂ ସମ୍ପତ୍ତି ସୃଷ୍ଟି କରିବା ତଥା ଜୀବିକା ସମ୍ବନ୍ଧୀୟ କାର୍ଯ୍ୟ ମାଧ୍ୟମରେ ଗ୍ରାମୀଣ ପରିବାରର ଆୟରେ ସ୍ଥାୟୀ ଉନ୍ନତିକୁ ଏହି ଢାଞ୍ଚାର କେନ୍ଦ୍ରରେ ରଖାଯାଇଛି । ଶ୍ରମିକଙ୍କ ଅଧିକାର, ସମ୍ମାନ, ସୁରକ୍ଷାର ଗ୍ୟାରେଣ୍ଟି ଦେବା ସରକାରଙ୍କ ସ୍ପଷ୍ଟ ପ୍ରତିବଦ୍ଧତା।ଗାନ୍ଧୀଜୀଙ୍କ ନାମ ଏବଂ ବିଚାରକୁ ହଟାଇ ଦିଆଯାଉଛି ବୋଲି ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଶ୍ରୀ ଚୌହାନ କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ରାଜନୈତିକ ଏବଂ ଭିତ୍ତିହୀନ। ଭିବି – ଜୀ ରାମ ଜୀ ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ଗ୍ରାମୀଣ ଭବିଷ୍ୟତ ପାଇଁ ଗାନ୍ଧୀଜୀଙ୍କ ନୀତି – ଗ୍ରାମଭିତ୍ତିକ ବିକାଶ, ଗ୍ରାମ ସ୍ୱରାଜ, ସ୍ୱାବଲମ୍ବନ, ଶ୍ରମ ପ୍ରତି ସମ୍ମାନ ଏବଂ ଜନଭାଗିଦାରୀ ସହିତ ସାମାଜିକ ଦାୟିତ୍ୱ ଉପରେ ପ୍ରତିଷ୍ଠିତ।କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଆଇନ ଗାନ୍ଧୀଜୀଙ୍କ ‘ଗ୍ରାମ ସ୍ୱରାଜ’ ବିଚାରକୁ ବାସ୍ତବରେ ପରିଣତ କରିବା ଦିଗରେ ଏକ ଶକ୍ତିଶାଳୀ ପଦକ୍ଷେପ। ଏଥିରେ ଗ୍ରାମଗୁଡ଼ିକୁ ସଶକ୍ତ କରିବା, ଶ୍ରମିକମାନଙ୍କୁ ସମ୍ମାନ ଦେବା ଏବଂ ଦୀର୍ଘସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଶ୍ରମିକଙ୍କ ସଶକ୍ତିକରଣ ଏବଂ ଗ୍ରାମୀଣ ଭାରତର ସାମଗ୍ରିକ ବିକାଶ ସରକାରଙ୍କ ସ୍ପଷ୍ଟ ପ୍ରତିବଦ୍ଧତା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *