ସ୍ଵପ୍ନେଶ୍ଵର ପ୍ରିମିୟର ଲିଗ୍ସ
ସ୍ଵପ୍ନେଶ୍ଵର ପ୍ରିମିୟର ଲିଗ୍ସ. କେସିସି ସୂଂଗୁଡା ଚମ୍ପିୟନ
ଧର୍ମଶାଳା — ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମହୀଶରା ପଂଚାୟତ ରମ୍ପେଇ ତୋଟାସିଂ ବାଟିଯୋଡ଼ା ଠାରେ ସ୍ଵପ୍ନେଶ୍ଵର ପ୍ରିମିୟର ଲିଗ୍ସ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚ ରେ କେସିସି ସୂଂଗୁଡା ଓ ଜାରକା ମଧ୍ୟରେ ଖେଳ ହୋଇଥିଲା l ସୁଂଗୁଡା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଅଠର ଓଭର ଖେଳି ଛଅ ଉଇକେଟ ହରାଇ 248 ରନ କରିଥିଲା l ଜବାବରେ ଜାରକା ଦଳ ଆଠ ଓଭର ଖେଳି ୭ ଉଇକେଟ ବିନିମୟରେ 197ରନ ସଂଗ୍ରହ କରିବାରୁ ପରାଜୟ ର ସାମ୍ନା କରିବାକୁ ପଡିଲା l ଫାଇନାଲ ଟୁର୍ନାମେଣ୍ଟ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବା ସହ ତିରିଶ ହଜାର ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରିଥିଲେ l ସେହିପରି ପରାଜିତ ଦଳକୁ କୋଡିଏ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ l ଉଭୟ ଦଳ ର ଖେଳାଳିଙ୍କୁ ପ୍ରଶଂସା କରିବା ସହ କ୍ରିକେଟ ଖେଳ ପ୍ରତ୍ୟେକ ଗ୍ରାମ ଏବଂ ଗ୍ରାମ ପଂଚାୟତ ମାନଙ୍କମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଧ୍ୟ ପୁର୍ଣ ବାତାବରଣ ତିଆରି କରେ ବୋଲି ମତ ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରଭାରୀ ପ୍ରଦୀପ କୁମାର ପରିଡା ବାର ନମ୍ବର ଜୋନ ମଣ୍ଡଳ ସଭାପତି ଶ୍ରୀବତ୍ସ ଧୀର ମହିସରା ସରପଞ୍ଚ ସଫଳା ବେହେରା ସମିତି ସଭ୍ୟ ପବିତ୍ର ବେହେରା ସମ୍ପାରୁ ସମିତି ସଭ୍ୟ ବିକାଶ ଖଟୁଆ ଅବସର ପ୍ରାପ୍ତ ଶିକ୍ଷକ ଆଶା ତରୁ ନାୟକ ସମାଜ ସେବି ସାବିତ୍ରୀ ସାହୁ କାମାକ୍ଷା ପ୍ରସାଦ ନାୟକ ହୃଷିକେଶ ରାଉତ ସୁରେଶ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ l ଭାଗ୍ୟଧର ସେଠି ମଞ୍ଚ ପରିଚାଳନା କରିଥିଲେ l ବାବୁଲି ଜେନା ବଳଦେବ ରାଉତ ଏବଂ କ୍ଲବ ର ସମସ୍ତ ସଦସ୍ୟ ମାନେ ଖେଳ ପରିଚାଳନା କରିଥିଲେ l
