ଗୋପାଳଜୀଉ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗୋପାଳଜୀଉ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।
# ଫାଇନାଲ ରେ କଟକ ସୋଲାର

ଗୋପ :- 29/12- ଗୋପ ଗଣେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ପଡିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ଗୋପାଳଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ଭୁବନେଶ୍ୱର ମୁକ୍ତେଶ୍ଵର କ୍ରିକେଟ କ୍ଲବକୁ 26 ରନରେ ହରାଇ କଟକ ସୋଲାର କ୍ରିକେଟ କ୍ଳବ ଫାଇନାଲରେ ପ୍ରବେଶ କରିଛି। ଆଜି ମ୍ୟାଚ୍ ଟସ୍ ଜିତି ମୁକ୍ତେଶ୍ଵର କ୍ରିକେଟ କ୍ଲବ ଫିଲ୍ଦିଂ ପାଇଁ ନିଷ୍ପତି ନେଇ ଥିଲା। ପ୍ରଥମେ ବ୍ୟାଟିଂ କରି ସୋଲାର ସମସ୍ତ ୱିକେଟ ହରାଇ 197 ରନ କରିଥିଲା। ଦଳ ପକ୍ଷ ରୁ ସୱନ ପହରୀୟ 35 ବଲ ରେ 64 ଆଉ ରଚିତ ଚଉଗଲ 20 ବଲ ରେ 36 ରନସଂଗ୍ରହ କରିଥିଲେ। ମୁକ୍ତେଶ୍ଵର ତରଫରୁ ହିମାଂଶୁ ବିଷ୍ଟ 2 ଟି ୱିକେଟ ଉଦୟ 3 ଟି ୱିକେଟ ନେଇଥିଲେ। ଜବାବରେ ମୁକ୍ତେଶ୍ଵର 23.3 ଓଭରରେ ସମସ୍ତ ୱିକେଟ ହରାଇ 171ରନ କରି 26 ରନ ରେ ମ୍ୟାଚ୍ ହାରିଥିଲା। ଦଳ ପକ୍ଷରୁ ରମଣୀ ଜେନା 36 ରନ ଆଉ ଆରସଦ କିଶୋର 51 ରନ କରିଥିଲେ। ସୋଲାର ପକ୍ଷ ରୁ କୁଣ୍ଡନ କୁମାର 39 ରନ ରେ 4 ଟି ୱିକେଟ ନେଥିବାବେଳେ ପ୍ରଦୀପ୍ତ ଦାସ 3 ଟି ୱିକେଟ ନେଇ ଥିଲେ। ସୋଲାର ର ପ୍ରଦୀପ୍ତ ଦାସଙ୍କୁ ମାନ ଅଫ ଦି ମ୍ୟାଚ୍ ପ୍ରଦାନ କରିଥିଲେ। ଆଜି ର ମ୍ୟାଚ୍ ପରିଚାଳନା କରିଥିଲେ ଦେବେନ୍ଦ୍ର ନାଥ ମିଶ୍ର ଓ ପ୍ରମୋଦ ସିଂହ୍ନା। ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ କଟକ ନିମପୁର ଆଉ ଭୁବନେଶ୍ୱର ଆଦିତ୍ୟ କ୍ରିକେଟ କ୍ଲବ ମଧ୍ୟ ରେ ହେବ।

Leave a Reply

Your email address will not be published. Required fields are marked *