ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ବର୍ଷକୁ ନେଇ ଗୃହ ସମ୍ପର୍କ ।

ଫୁଲବାଣୀ,ତା ୨୯/୧୨/୨୦୨୫ ଡ଼ିସେମ୍ବର ମାସ ବ୍ୟାପି ସଂଘର ଶତାବ୍ଦୀ ବର୍ଷକୁ ନେଇ ଫୁଲବାଣୀ ନଗରର ୫ଟି ବସ୍ତି ରେ ସଙ୍ଗଠନ, ସେବା ଓ ସଂସ୍କୃତିକୁ ନେଇ ବ୍ୟାପକରୂପେ ସମାଜର ପ୍ରତିଟି ଗୃହ କୁ ଗୃହ ବୁଲି କାର୍ଯ୍ୟଧାରାକୁ ନେଇ ସମ୍ପର୍କ ଭାବେ ଏହା ସହ ଶତାବ୍ଦୀ ବର୍ଷର ନିର୍ଣ୍ଣିତ ପଞ୍ଚପରିବର୍ତ୍ତନକୁ ନେଇ ପାଞ୍ଚଟି ବିଷୟ ତଥା ସାମାଜିକ, ସମରସତା,ପର୍ଯ୍ୟ।ବରଣ ସଂରକ୍ଷଣ,ପରିବାର ପ୍ରବୋଧନ,ସ୍ଵ-ଆଧାରିତ ଜୀବନ ଓ ନାଗରିକ କର୍ତ୍ତବ୍ୟବୋଧ ବିଷୟରେ ସଜନ ଶକ୍ତିର ସହଯୋଗ ଦ୍ୱାରା ଜନଜାଗରଣ ପାଇଁ ବିଶେଷ ପ୍ରଚେଷ୍ଟା କରିବେ | ଏହି ପରିପ୍ରକ୍ଷେ ବିଭିନ୍ନ ବସତି ଯେଉଁଭଳି ଗୋପବନ୍ଧୁ ବସତି,ବିବେକାନନ୍ଦ ବସତି, ଆମ୍ବେଦକର ବସତି ଏବଂ ଶାସ୍ତ୍ରୀ ବସତିକୁ ଯୋଗାଯୋଗ ଜାରିରହିଛି | ଆଜି ଏହି ସମ୍ପର୍କ ଅଭିଯାନରେ କେଶବ ବସତି ସ୍ଥିତ ଜିରିଙ୍ଗିପଡାରେ ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ ଓ ସ୍ୱୟଂ ସେବକ ଆୟୁଷ ପଟ୍ଟନାୟକ,ପ୍ରମୋଦ କୁମାର ସାହୁ ଏବଂ ମାନସ କୁମାର ମହାନ୍ତି ଉପସ୍ଥିତ ରହିଥିଲେ |

Leave a Reply

Your email address will not be published. Required fields are marked *