ମେଡିକାଲ କଲେଜ ନିର୍ମାଣ ଦାବି

ମେଡିକାଲ କଲେଜ ନିର୍ମାଣ ଦାବି,
୨ରେ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ନୟାଗଡ଼,୩୦ା୧୨: ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ ନେଇ ୭ଟି ବ୍ଲକରୁ ଦାବି ହେଉଛି । ଏନେଇ ଆଜି ନୟାଗଡ଼ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨ ତାରିଖ ଶୁକ୍ରବାର ଦିନ ସକାଳ ୧୦ ଘଟିକାରେ ନୟାଗଡ଼ ଜିଲ୍ଲା ସଦରମହକୁମାରେ ଏକ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟକ୍ରମରେ ୭ଟି ବ୍ଲକର ଜନସାଧାରଣ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଏହା ସହିତ ବିଭିନ୍ନ ସଂଗଠନ ମଧ୍ୟ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିବ । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ନିର୍ମାଣ ପାଇଁ ସରକାର ତୁରନ୍ତ ଘୋଷଣା କରିବାକୁ ଦାବି ହେଉଛି । ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ବୈଠକରେ ଆବାହକ ଗୋଦାବରୀ ସାହୁ, ଧିରେନ୍ଦ୍ର ପଟ୍ଟନାୟକ, ସନ୍ତୋଷ କୁମାର ପ୍ରଧାନ, ଦୁର୍ଯ୍ୟୋଧନ ବେହେରା, ପ୍ରସନ୍ନ କୁମାର ବସନ୍ତିଆ, ବୈଦ୍ୟଭୂଷଣ ମହାପାତ୍ର, ଅନୀଲ କୁମାର ପଣ୍ଡା, ଗଙ୍ଗାଧର ପଣ୍ଡା, ରାମକୃଷ୍ଣ ରଥ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *