ଜଗତସିଂହପୁର-ଟାଟା କମ୍ପାନିର ମନମାନୀ

ଜଗତସିଂହପୁର-ଟାଟା କମ୍ପାନିର ମନମାନୀ ବିରୋଧରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବସଷ୍ଟାଣ୍ଡ ସ୍ଥିତ ଟାଟା କମ୍ପାନୀ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପୋଲିସ ସହିତ ଧସ୍ତାଧସ୍ତି।

ଜଗତସିଂହପୁର-ଟାଟା କମ୍ପାନିର ମନମାନୀ ବିରୋଧରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବସଷ୍ଟାଣ୍ଡ ସ୍ଥିତ ଟାଟା କମ୍ପାନୀ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ଦେଵ ପ୍ରସାଦ ନାୟକ ଙ୍କ ନେତୃତ୍ୱରେ ଶତାଧିକ ନେତା ଓ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଟାଉନ ହଲ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କାର୍ଯ୍ୟାଳୟ ତାଲା ପକାଇ ଥିଲେ । ତେବେ ଟାଟା ପାୱାର ର୍ ସ୍ମାର୍ଟ ମିଟର ଲଗାଇବା ଓ ସିକୁରୀଟି money ଡିପୋଜିତ କୁ ବିରୋଧ କରିଥିଲେ । ପରେ ବିକ୍ଷୋଭ ପ୍ରଦର୍ଶନ ସମୟ ରେ କିଛି ସମୟ ପାଇଁ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା । ତେବେ ଆଗାମୀ ଦିନରେ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କାରୀ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *