ଘଣ୍ଟାପ୍ରତି ୧୮୦ କି. ମି. ବେଗରେ ସିଆରଏସ୍ ହାଇସ୍ପିଡ୍ ପରୀକ୍ଷଣକୁ ସଫଳତାର ସହ ଶେଷ କରିଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍

ଘଣ୍ଟାପ୍ରତି ୧୮୦ କି. ମି. ବେଗରେ ସିଆରଏସ୍ ହାଇସ୍ପିଡ୍ ପରୀକ୍ଷଣକୁ ସଫଳତାର ସହ ଶେଷ କରିଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍୧୬-କୋଚ ବିଶିଷ୍ଟ ଟ୍ରେନରେ ଆରାମଦାୟକ ବର୍ଥ, ଆଧୁନିକ ଶୌଚାଳୟ, ସ୍ୱୟଂଚାଳିତ ଦ୍ୱାର, ଉନ୍ନତ ସସପେନସନ, ସିସିଟିଭି ନିରୀକ୍ଷଣ ଏବଂ ବିଶ୍ୱସ୍ତରୀୟ ଦୂରଗାମୀ ଯାତ୍ରା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛିଭାରତୀୟ ରେଳବାଇ ରେଳ ସୁରକ୍ଷା କମିଶନର (ସି. ଆର.ଏସ.) ଙ୍କ ତତ୍ତ୍ୱାବଧାନରେ ସ୍ୱଦେଶୀ କୌଶଳରେ ଡିଜାଇନ ଏବଂ ନିର୍ମିତ ବନ୍ଦେ ଭାରତ ସ୍ଲିପର ଟ୍ରେନର ଅନ୍ତିମ ହାଇ-ସ୍ପିଡ୍ ପରୀକ୍ଷଣ ସଫଳତାର ସହ ସମାପ୍ତ କରିଛି। କୋଟା-ନାଗଦା ସେକ୍ସନରେ ଏହି ପରୀକ୍ଷଣ କରାଯାଇଥିଲା, ଯେଉଁଥିରେ ଟ୍ରେନ୍ ସର୍ବାଧିକ ୧୮୦ କିଲୋମିଟର ବେଗ ହାସଲ କରିଥିଲା, ଯାହା ଉନ୍ନତ ଏବଂ ଆତ୍ମନିର୍ଭରଶୀଳ ରେଳ ଜ୍ଞାନକୌଶଳ ଦିଗରେ ଭାରତର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପରୀକ୍ଷଣ ସମୟରେ, ବ୍ୟାପକ ବୈଷୟିକ ମୂଲ୍ୟାଙ୍କନ କରାଯାଇଥିଲା, ଯେଉଁଥିରେ ଚଳାଚଳ ସ୍ଥିରତା, ଦୋଳନ, କମ୍ପନ ଆଚରଣ, ବ୍ରେକିଂ ପ୍ରଦର୍ଶନ, ଜରୁରୀକାଳୀନ ବ୍ରେକିଂ ସିଷ୍ଟମ, ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପରିମାପକଗୁଡ଼ିକର ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ । ଦ୍ରୁତ ଗତିରେ ଟ୍ରେନର ପ୍ରଦର୍ଶନ ସମ୍ପୂର୍ଣ୍ଣ ସନ୍ତୋଷଜନକ ବୋଲି ଜଣାପଡ଼ିଲା, ଏବଂ ସି. ଆର. ଏସ. ଦ୍ୱାରା ପରୀକ୍ଷଣ ସଫଳ ବୋଲି ଘୋଷଣା କରାଯାଇଥିଲା।କେନ୍ଦ୍ର ସୂଚନା ଏବଂ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆରେ ହାଇ-ସ୍ପିଡ୍ ପରୀକ୍ଷଣର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କୋଟା-ନାଗଦା ବିଭାଗରେ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ସଫଳ ସିଆରଏସ ପରୀକ୍ଷଣ ଉପରେ ଆଲୋକପାତ କରାଯାଇଛି। ଏହି ଭିଡିଓରେ ପାଣିରେ ଭର୍ତ୍ତି ହୋଇଥିବା ଗ୍ଲାସ ଉଚ୍ଚ ବେଗରେ ଗତି କରୁଥିବା ଟ୍ରେନରେ ହଲଚଲ ନହୋଇ ସ୍ଥିର ରହିଥିଲା, ଯାହା ଏହି ନୂତନ ପିଢ଼ିର ଟ୍ରେନର ଉନ୍ନତ ଚଳାଚଳ ଗୁଣବତ୍ତା, ଉନ୍ନତ ସସପେନସନ ଏବଂ ବୈଷୟିକ ଦୃଢତାକୁ ଦର୍ଶାଉଛି । ପରୀକ୍ଷଣରେ ବ୍ୟବହୃତ ୧୬-କୋଚ୍ ବିଶିଷ୍ଟ ବନ୍ଦେ ଭାରତ ସ୍ଲିପର ରେକ୍ ଦୂରଗାମୀ ଯାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହା ଅତ୍ୟାଧୁନିକ ଯାତ୍ରୀ ସୁବିଧା ସହିତ ସଜ୍ଜିତ । ଏଥିରେ ଆରାମଦାୟକ ସ୍ଲିପର ବର୍ଥ, ଉନ୍ନତ ସସପେନସନ୍‍ ସିଷ୍ଟମ୍, ସ୍ୱୟଂଚାଳିତ ଦ୍ୱାର, ଆଧୁନିକ ଶୌଚାଳୟ, ଅଗ୍ନି ପ୍ରତିରୋଧୀ ଏବଂ ସୁରକ୍ଷା ମନିଟରିଂ ସିଷ୍ଟମ୍, ସିସିଟିଭି ଆଧାରିତ ତଦାରଖ, ଡିଜିଟାଲ୍ ଯାତ୍ରୀ ସୂଚନା ସିଷ୍ଟମ୍ ଏବଂ ଶକ୍ତି ସଂରକ୍ଷଣ ଜ୍ଞାନେକୌଶଳ ଅନ୍ତର୍ଭୁକ୍ତ । ଏହି ବୈଶିଷ୍ଟ୍ୟଗୁଡ଼ିକ ଯାତ୍ରୀମାନଙ୍କୁ ଏକ ନିରାପଦ, ଆରାମଦାୟକ ଏବଂ ବିଶ୍ୱସ୍ତରୀୟ ଯାତ୍ରା ଅନୁଭୂତି ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ।ବନ୍ଦେ ଭାରତ ସ୍ଲିପର ଟ୍ରେନରେ ପ୍ରଦାନ କରାଯାଇଥିବା ବ୍ୟାପକ ବୈଷୟିକ ଦିଗ ଏବଂ ସୁରକ୍ଷା ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ଦିଆଯାଇଛି। କବଚ ସହିତ ସଜ୍ଜିତ● ଦୁର୍ଘଟଣା ଏବଂ ଝଟକା ନିରୋଧୀ ଅର୍ଦ୍ଧ ସ୍ଥାୟୀ କପଲର ଏବଂ ଆଣ୍ଟି କ୍ଲାଇମ୍ବର୍ସ● ପ୍ରତ୍ୟେକ କୋଚ୍ ର ଶେଷରେ ଅଗ୍ନି ପ୍ରତିରୋଧକ ଦ୍ୱାର● ବୈଦ୍ୟୁତିକ କ୍ୟାବିନେଟ୍ ଏବଂ ଶୌଚାଳୟରେ ଉନ୍ନତ ଅଗ୍ନି ନିରାପତ୍ତା ଏରୋସଲ୍ ଆଧାରିତ ଅଗ୍ନି ପ୍ରତିରୋଧୀ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା● ଶକ୍ତି ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ରେକିଂ ସିଷ୍ଟମ୍● ସ୍ୱଦେଶୀ ଭାବରେ ବିକଶିତ ୟୁଭି-ସି ଲ୍ୟାମ୍ପ ଆଧାରିତ ଜୀବାଣୁମୁକ୍ତ ବ୍ୟବସ୍ଥା ସହିତ ଶୀତତାପ ନିୟନ୍ତ୍ରିତ ୟୁନିଟ୍ ● କେନ୍ଦ୍ରୀୟ ନିୟନ୍ତ୍ରିତ ସ୍ୱୟଂଚାଳିତ ପ୍ଲଗ୍ ଡୋର୍ ଏବଂ ସମ୍ପୂର୍ଣ୍ଣ ସିଲ୍ ହୋଇଥିବା ପ୍ରଶସ୍ତ ଗ୍ୟାଙ୍ଗୱେ● ସମସ୍ତ କୋଚ୍ ରେ ସିସିଟିଭି● ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀ ଏବଂ ଟ୍ରେନ ପରିଚାଳକ/ଲୋକୋ ପାଇଲଟ୍ ମଧ୍ୟରେ ଯୋଗାଯୋଗ ପାଇଁ ଜରୁରୀକାଳୀନ ଟକ୍-ବ୍ୟାକ୍ ୟୁନିଟ୍● ଦିବ୍ୟାଙ୍ଗଜନ ଯାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ପାର୍ଶ୍ୱରେ ଡ୍ରାଇଭିଂ କୋଚ୍ ରେ ଏକ ସ୍ୱତନ୍ତ୍ର ଶୌଚାଳୟ● ଏୟାର କଣ୍ଡିସନିଂ, ସାଲୁନ୍ ଲାଇଟିଂ ଇତ୍ୟାଦି ଯାତ୍ରୀ ସୁବିଧାର ଉତ୍ତମ ଅବସ୍ଥା ନିରୀକ୍ଷଣ ପାଇଁ କେନ୍ଦ୍ରୀୟ କୋଚ୍ ମନିଟରିଂ ସିଷ୍ଟମ୍● ଉପର ବର୍ଥକୁ ଚଢ଼ିବା ସହଜ ପାଇଁ ସ୍ବତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ସିଡ଼ିସି. ଆର୍. ଏସ୍. ହାଇ-ସ୍ପିଡ୍ ପରୀକ୍ଷଣର ସଫଳ ସମାପନ ଏକ ପ୍ରମୁଖ ବୈଷୟିକ ସଫଳତାକୁ ଚିହ୍ନିତ ସହିତ ବନ୍ଦେ ଭାରତ ସ୍ଲିପର ସେବା ଆରମ୍ଭ ପାଇଁ ପଥ ପରିଷ୍କାର କରିଛି । ଏହି ବିକାଶ ଆତ୍ମନିର୍ଭର ଭାରତର ପରିକଳ୍ପନା ଅଧୀନରେ ଅଭିନବତ୍ୱ, ସୁରକ୍ଷା ଏବଂ ସ୍ୱଦେଶୀ ରେଳ ନିର୍ମାଣର ଅଗ୍ରଗତି ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଉଛି।

Leave a Reply

Your email address will not be published. Required fields are marked *