ବାଲିକପିଳେଶ୍ୱର ମଣ୍ଡଳ ୫ ଶକ୍ତିକେନ୍ଦ୍ର ପ୍ରମୁଖ ନିୟୋଜିତ
ବାଲିକପିଳେଶ୍ୱର ମଣ୍ଡଳ ୫ ଶକ୍ତିକେନ୍ଦ୍ର ପ୍ରମୁଖ ନିୟୋଜିତ
ଗୋପ – ଗୋପ ବ୍ଲକ ଅନ୍ତର୍ଗତ ବାଲିକପିଳେଶ୍ୱର ମଣ୍ଡଳର ୫ଟି ପଞ୍ଚାୟତ ତଥା ଶକ୍ତିକେନ୍ଦ୍ର ପ୍ରଭାରୀ, ପ୍ରମୁଖ ଓ ସହପ୍ରମୁଖ ଙ୍କୁ ପୁରୀ ଜିଲ୍ଲା ବିଜେପି ସଭାପତି ଡଃ ଦେବେନ୍ଦ୍ର ନାଥ ତରାଇ ନୂତନ ଭାବେ ନିୟୋଜିତ କରିଛନ୍ତି । ଏନେଇ ତରକୋର ବିଜେପି କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ସଭା ମଣ୍ଡଳ ସଭାପତି ଦିଲ୍ଲୀପ ପ୍ରଧାନଙ୍କ ନେତ୍ଵତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ବିଜେପି ସଭାପତି ନିଯୁକ୍ତ କରିଥିବା ବନାଖଣ୍ଡି ପଞ୍ଚାୟତର ପ୍ରଭାରୀ ମନୋରଞ୍ଜନ ଶ୍ରୀଚନ୍ଦନ, ପ୍ରମୁଖ ଅଶୋକ କୁମାର ସ୍ୱାଇଁ , ସହ ପ୍ରମୁଖ ଲୋକନାଥ ଖୁଣ୍ଟିଆ , ଅଚ୍ୟୁତପୁର ପଞ୍ଚାୟତ ପ୍ରଭାରୀ ଅଶୋକ କୁମାର ସ୍ୱାଇଁ , ପ୍ରମୁଖ ଭାସ୍କର ସାହୁ , ସହ ପ୍ରମୁଖ ସୁଶାନ୍ତ ବେହେରା , ସୁତନ ପଞ୍ଚାୟତର ପ୍ରଭାରୀ କୈଳାସ ଚନ୍ଦ୍ର ସ୍ଵାଇଁ , ପ୍ରମୁଖ ବିଜୟ କୁମାର ବେହେରା , ସହ ପ୍ରମୁଖ ବ୍ରହ୍ମାନନ୍ଦ ରାଉତ , ତରକୋର ପଞ୍ଚାୟତ ପ୍ରଭାରୀ କାଳନ୍ଦୀ ସାହୁ, ପ୍ରମୁଖ ଛବିନ୍ଦ୍ର ବେହେରା , ସହ ପ୍ରମୁଖ ଯଦୁମଣି ରାଉତ , ବଡ଼ଗାଁ ପ୍ରଭାରୀ ଶିବ ନାରାୟଣ ମୁରୁଡ଼ି , ପ୍ରମୁଖ ସୁଧୀର ରଞ୍ଜନ ରାୟ , ସହ ପ୍ରମୁଖ ସାନ୍ତୁନୁ ଦଳାଇଙ୍କୁ ସଭାରେ ସମ୍ବର୍ଦ୍ଧନା କରାଯାଇଥିଲା । ବିଜେପି ସଂଗଠନକୁ ତୃଣମୂଳ ସ୍ତରରେ ସଶକ୍ତ କରିବା ପାଇଁ ନିରବଛିନ୍ନ ଭାବରେ ଯୁବ ନେତୃତ୍ଵ ପଞ୍ଚାୟତରେ କାର୍ଯ୍ୟ କରୁଥିଲେ । ତାଙ୍କର ଦଳ ପ୍ରତି ଆନୁଗତ୍ୟ , ନିଷ୍ଠାପର କାର୍ଯ୍ୟଦକ୍ଷତା ଓ ସଶକ୍ତ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଭାରୀ , ପ୍ରମୁଖ ଓ ସହ ପ୍ରମୁଖ ଭାବେ ଜିଲ୍ଲା ସଭାପତି ଡଃ ତରାଇ ବାଲିକପିଳେଶ୍ୱର ମଣ୍ଡଳର ୫ଟି ଗ୍ରାମପଞ୍ଚାୟତ ପାଇଁ ନିଯୁକ୍ତ ପ୍ରଦାନ କରିଛନ୍ତି । ଏହି ନିଯୁକ୍ତି ମିଳିବା ପରେ ବିଜେପି ମଣ୍ଡଳ ସଭାପତି ଦିଲ୍ଲୀପ ପ୍ରଧାନ , ସମ୍ପାଦକ ସତ୍ୟ ବରାଳ , ପ୍ରଶାନ୍ତ ସାହୁ ସମେତ ମଣ୍ଡଳର ସମସ୍ତ ବିଜେପି ସଂଗଠକ ମାନେ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସମସ୍ତ ନୂତନ କର୍ମକର୍ତ୍ତା ପୁରୀ ଜିଲ୍ଲା ସଭାପତି , କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଓ ମଣ୍ଡଳ ସଭାପତି ଙ୍କୁ ନବ ନିଯୁକ୍ତ ସମସ୍ତ ପଦାଧିକାରୀ କୃତଜ୍ଞତା ଜଣାଇଛନ୍ତି ।
