ପଶ୍ଚିମ ବଡ଼ଚଣା ରେ ହାତୀ ଆତଙ୍କ
ପଶ୍ଚିମ ବଡ଼ଚଣା ରେ ହାତୀ ଆତଙ୍କ ନିରବଦ୍ରଷ୍ଟା ସାଜିଛି ବନ ଅଧିକାରୀ ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବୈରୀ ଡାଳିଜୋଡା ବନ ଉପଖଣ୍ଡ ଅଧୀନସ୍ଥ ପଶ୍ଚିମ ବଡ଼ଚଣା ର ଅନେକ ପଞ୍ଚାୟତ ରେ ଜଙ୍ଗଲୀ ହାତୀଙ୍କ ଉତ୍ପାତ ଲାଗିରହିଛି । ଖାଦ୍ୟ ଅନ୍ୱେଷଣ ରେ ଆସୁଥିବା ହାତୀପଲ ଗାଁ ଗଣ୍ଡାରେ ପଶି ଉତ୍ପାତ କରୁଥିବା ବେଳେ ଚାଷୀମାନଙ୍କ ଫସଲ ଉଜାଡ଼ି ଦେଉଛନ୍ତି । ଅଞ୍ଚଳବାସୀଙ୍କ ପକ୍ଷରୁ ବନ ଅଧିକାରୀ ଙ୍କୁ ଖବର ଦେଲେ ମଧ୍ୟ ଅଧିକାରୀ ଆସୁନଥିବା ଅଭିଯୋଗ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନଳିଦା ଗ୍ରାମରେ । ଏହି ଗ୍ରାମରେ ୧୫ ଦିନରୁ ଉର୍ଦ୍ଧ୍ବ ହେବ ହାତୀପଲ ଗ୍ରାମ ଭିତରକୁ ପଶି ବ୍ୟାପକ ଫସଲ ଉଜାଡ଼ି ଦେଉଛନ୍ତି । ଏହି ଗ୍ରାମ ନିକଟରୁ ମାତ୍ର ୧ କିମି ଦୂରରେ ବନପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ଅଧିକାରୀ ଙ୍କୁ ଗ୍ରାମବାସୀ ଖବର ଦେଉଛନ୍ତି କିନ୍ତୁ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁନଥିବା ନଳିଦା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ହାତୀପଲ ଦୈତାରୀ ସାହୁ ,ବଟକୃଷ୍ଣ ସାହୁ, ଧୋବଣୀ ସାହୁ,ରତ୍ନାକର ସାହୁ ଓ ଯୋଗେନ୍ଦ୍ର ସାହୁଙ୍କ ବାଡ଼ିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଏହି ହାତୀଙ୍କ ଭୟରେ ସଂଧ୍ୟାପରେ ଲୋକମାନେ ପଦାକୁ ବାହାରି ପାରୁନଥିବା ଅନେକ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲ୍ଲା ବନ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
