ଆସିକାରେ ୧୦୮ ହନୁମାନ ଚାଳିଶା ପାଠ ଅନୁଷ୍ଠିତ

ଆସିକା -ଏହି ସହର ର କଳିଙ୍ଗ ରୋଡ଼ ସ୍ଥିତ ପାଢ଼ୀ କାମ୍ପେଳ୍ସ ଠାରେ ୧୦୮ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଯାଇଛି।ଏହାର ମୁଖ୍ୟ ଆୟୋଜକ ଶ୍ରୀ ଜଗତ ମୋହନ୍ ପୋଲେଇ,ବାବନପୁର ଓ ଖଣ୍ଡରାବଳି ମଠ ର ମହନ୍ତ ବାବାଜୀ କୁ ନେଇ ଏହି କାର୍ଯ୍ୟକ୍ରମ ସକାଳ ୭ଟାରେ ଆରମ୍ଭ ହୋଇ ଅପରାହ୍ନ ୩ଟା ରେ ସମାପ୍ତ ହୋଇଥିଲା। ସହରର ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଚାଳିଶା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଜଗତ ବାବୁଙ୍କ ପରିବାର ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ତତସହିତ ଉକ୍ତ ଅଂଚଳ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।୧୦୮ ଚାଳିଶା ପାଠ ପରେ ପ୍ରସାଦ ସେବନ ର ଆୟୋଜନ ହୋଇଥିଲା।ବହୁ ଶ୍ରଦ୍ଧାଳୁ ପ୍ରସାଦ ଗ୍ରହଣ କରିଥିଲେ।ଏହାର ମୁଖ୍ୟ ଉଦ୍ଦେଶ୍ୟ ସମାଜ ତଥା ବିଶ୍ଵ ର ମଂଗଳ କାମନା ନିମନ୍ତେ କାର୍ଯ୍ୟକ୍ରମ ହୋଇଥିଲା।

ରିପୋର୍ଟ – ରଞ୍ଜନ କୁମାର ରାଉତ।

Leave a Reply

Your email address will not be published. Required fields are marked *