ଅଖିଳ ଭାରତୀୟସାହିତ୍ୟ ପରିଷଦ ଓରାଷ୍ଟ୍ରଦୀପ ପାଠକ ସମିତି ପକ୍ଷରୁ ଓଡ଼ିଆ ମାଳିକା ସାହିତ୍ୟ ଆଲୋଚନା ଚକ୍ର.
ଧର୍ମଶାଳା — ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନିକଟସ୍ତ ଜାରକା ହାଇସ୍କୁଲ ପାଠାଗାର ଠାରେ ପଣ୍ଡିତ ଶ୍ରୀ ବ୍ରଜ କିଶ୍ଵର ଦାସ ଙ୍କ ସଭା ପତିତ୍ୱ ରେ ରାଷ୍ଟ୍ରଦିପ ପାଠକ ସମିତି ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମିଳିତ ସଂଯୋଜନା ରେ ଓଡ଼ିଆ ସାହିତ୍ୟ ମାଳିକା ବିଷୟ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି.ଉକ୍ତ ଆଲୋଚନା ଚକ୍ର ରେ ବିଶିଷ୍ଟ ସାହିତି କ ତଥା ଅବସର ପ୍ରାପ୍ତ ଅଧକ୍ଷ ଡ଼ଃ ରବୀନ୍ଦ୍ର କୁମାର ଵୀହାରି ଓ ସନ୍ମମାନିତ ଅତିଥି ସନ୍ତୋଷ କୁମାର ମହାପାତ୍ର ଯୋଗ ଦେଇ ମାଳିକା ବିଷୟରେ ଆଲୋକପାତ କରିଥିଲେ. ବରିଷ୍ଟ ଶିକ୍ଷକ ଅଜୟ କୁମାର ମହାପାତ୍ର ସ୍ୱଗତ ଅଭି ଭାଷଣ ଓ ଅଥିତି ପରିଚୟ ପ୍ରଦାନ କରି ଥିଲା ବେଳେ ବିଶିଷ୍ଟ ସମାଜ ସେବି ଓ ଆଇନି ଜୀବି ଚନ୍ଦ୍ର ଶେଖର ପଣ୍ଡା ଙ୍କୁ ସମର୍ଦ୍ଧିତ କରା ଯାଇଥିଲା. ମାନପତ୍ରପାଠ କରି ଥିଲେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଲଷ୍ମୀଧର ବେହେରା ଓ ଧନ୍ୟବାଦ ଅର୍ପଣ ଅବସର ପ୍ରଧାନ ଶିକ୍ଷକ ଶ୍ରୀ ରଶ୍ମି ରଞ୍ଜନ ସାମଲ.ଉକ୍ତ ଆଲୋଚନା ଚକ୍ର ରେ ସର୍ବ ଶ୍ରୀ ଚିତ୍ତ ରଞ୍ଜନ ମହାନ୍ତି ଇଶ୍ୱର ପ୍ରଧାନ କାଁହୁ ଦାସ ପ୍ରଶାନ୍ତ ସ୍ୱାଇଁ ସୁରେନ୍ଦ୍ର ତ୍ରିପାଠୀ ବିଜୟ ନାୟକ ସଂଗ୍ରାମ ଜେନା ମନୋଜ ମହାନ୍ତି ଯୁଧିଷ୍ଠିର ସ୍ୱାଇଁ ଓ ଅନ୍ୟ ମାନେ ସହଯୋଗ କରି ଥିଲେ.
