ପୁରୀରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୩୨ ଟି ହୋଟେଲକୁ ନୋଟିସ

ପୁରୀରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୩୨ ଟି ହୋଟେଲକୁ ନୋଟିସ।‌ ଆକ୍ସନ ମୁଡ୍ ରେ ଜିଲ୍ଲା ପ୍ରଶାସନ। ଜମିର କିସମ ପରିବର୍ତ୍ତନ, ନିର୍ମାଣରେ ପ୍ଲାନ୍ ଉଲ୍ଲଂଘନ, ଧାର୍ଯ୍ୟ ଉଚ୍ଚତା ଠାରୁ ଅଧିକ ହେଲେ ଏହାକୁ ବେଆଇନ ଘୋଷଣା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛି। ବେଆଇନ ନିର୍ମାଣକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ରାଜ୍ୟ ସରକାର ଆକ୍ସନ ମୋଡକୁ ଆସିଛନ୍ତି। ସେପଟେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ। ବେଆଇନ୍ ନିର୍ମାଣ ପାଇଁ ୩୨ଟି ହୋଟେଲକୁ ନୋଟିସ କରାଯାଇଛି ଏବଂ ନିୟମ ଅନୁପାଳନ ପାଇଁ କୁହାଯାଇଥିବା କହିଛନ୍ତି ଜିଲ୍ଲାପାଳ। ଅନ୍ୟପଟେ ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ଯୁଗ୍ମ କମିଶନର,,PMCଭିଓ- ସେପଟେ ବେଆଇନ୍ ଭାବେ ଗଢି ଉଠିଥିବା ହୋଟେଲକୁ ଅହେତୁକ ଅନୁକମ୍ପା ବିଭିନ୍ନ ସରକାର ଦେଖାଇଥିବା ଅଭିଯୋଗ ହୋଇଛି। ତେଣୁ ଯେଉଁ ଅଧିକାରୀ ମାନେ ବେଆଇନ୍ ହୋଟେଲ୍ ନିର୍ମାଣକୁ ପ୍ରୋତ୍ସାହନ ଦେଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। ଅନ୍ୟପଟେ ବେଆଇନ୍ ନିର୍ମାଣଧୀନ ହୋଟେଲକୁ ଟାଟା ପାୱର କିଭଳି ବିଜୁଳି ସଂଯୋଗ ଦେଉଛି ତାକୁ ନେଇ ପ୍ରଶ୍ନ ଉଠିଛି। – ବେଆଇନ ନିର୍ମାଣ ନେଇ ବାରମ୍ବାର ନୋଟିସ କରାଯାଉଥିଲେ ମଧ୍ୟ ଅନେକ ମାଲିକ ଏହାକୁ ଖାତିର ନ କରି ନୋଟିସର ଜବାବ ମଧ୍ୟ ଦେଉନାହାନ୍ତି | ତେଣୁ ଚଳିତ ଥର ସୁପ୍ରିମକୋର୍ଟ ଓ ରାଜ୍ୟ ସରକାରଙ୍କ ନିର୍ଦେଶକୁ କେତେଦୂର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର

Leave a Reply

Your email address will not be published. Required fields are marked *