ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ବଡ଼ ସଫଳତା।
ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ବଡ଼ ସଫଳତା। ଗିରଫ ହେଲେ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁରୀ ପୋଲିସ। ଅଭିଯୁକ୍ତଙ୍କ ଠାରୁ ୧୩ ଟି ସୁନା ଚେନ୍, ଗୋଟିଏ ହାର, ୨ ହଳ ସୁନା କାନ ଫୁଲ, ଗୋଟିଏ ସୁନା ବ୍ରେସଲେଟ୍ ଜବତ କରାଯାଇଛି। ଏଥିସହ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ୧୦ ଟି ମୋବାଇଲ୍ ଫୋନ୍, ୬ ଟି ଭ୍ୟାନିଟ ଜବତ କରିଛି ପୋଲିସ। ବିଶେଷ କରି ମହିଳାମାନଙ୍କୁ ଏହି ଅଭିଯୁକ୍ତ ମାନେ ଟାର୍ଗେଟ କରୁଥିଲେ। ସ୍ପିଡ୍ ବାଇକ ବ୍ୟବହାର କରି ମହିଳା ଙ୍କ ବେକରୁ ସୁନା ଚେନ୍ ଏବଂ ଭ୍ୟାନିଟ ଛଡ଼ାଇ ନେଉଥିଲେ।

ଛଅ ଅଭିଯୁକ୍ତଙ୍କ ମଧ୍ୟରେ ଚାରିଜଣ ରିସିଭର ଥିବା ପୁରୀ ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧାର ପ୍ରଦୀପ ମଲ୍ଲ ସହିତ ସହଯୋଗୀ ମାନେ ଗିରଫ କରିଛି ପୋଲିସ। ନୟାଗଡ଼ ଓ ବେଗୁନିଆ ଅଞ୍ଚଳରେ ଚୋରି ସାମଗ୍ରୀ ବିକ୍ରି କରୁଥିଲେ ଅଭିଯୁକ୍ତ। ଅନ୍ୟ ଜିଲ୍ଲାରେ ମଧ୍ୟ ଅଭିଯୁକ୍ତ ମାନେ ସକ୍ରିୟ ରହି ଛିନତାଇ କରୁଥିଲେ। ବିଭିନ୍ନ ଥାନାରେ ଅଭିଯୁକ୍ତ ମାନଙ୍କ ନାଁ ରେ ୧୫ ଟି ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ l
