ସୁରକ୍ଷିତ ତଟ, ସମୃଦ୍ଧ ଭାରତ.ସିଆଇଏସଏଫ କୋଷ୍ଟାଲ ସାଇକ୍ଲୋଥନ-୨୦୨୬’ ବନ୍ଦେ ମାତରଂ 

କୋଣାର୍କ:- ସିଆଇଏସଏଫ୍ ପକ୍ଷରୁ ସୁରକ୍ଷିତ ତଟ, ସମୃଦ୍ଧ ଭାରତକୁ ନେଇ ବନ୍ଦେ ମାତରଂ କୋଷ୍ଟାଲ ସାଇକ୍ଲୋଥନ – ୨୦୨୬ ଗତ ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଫ୍ରେବୃଆରୀ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨୫ଦିନ ଧରି ଅନୁଷ୍ଟିତ ହେବ।ଏହି ୨୫ ଦିନ ଭିତରେ ୯ଟି ରାଜ୍ୟର ପାଖାପାଖି ୬୫୦୦ କିଲୋମିଟର ସମୁଦ୍ର ଉପକୂଳ ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି। ସୋମବାର ସନ୍ଧ୍ୟାରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ସିଆଇଏସଏଫ ବନ୍ଦେ ମାତରମ କୋଷ୍ଟାଲ ସାଇକ୍ଲୋଥନକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ସାଇକେଲ ଚାଳନା ମାଧ୍ୟମରେ ସୁରକ୍ଷିତ ତଟ ସମୃଦ୍ଧ ଭାରତ ବାର୍ତ୍ତାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସିଆଇଏସଏଫ ଆଇଜି ଶୀଖର ସହାୟ, କୋଷ୍ଟ ଗାର୍ଡ ଡିଆଇଜି ସତ୍ୟନାରାୟଣ ଦାଶ, ନାଲକୋ ସିଏମଡି ବିଜେନ୍ଦ୍ର ପ୍ରତାପ ସିଂହ, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

ଜାନୁୟାରୀ ୨୮ତାରିଖରେ ପଶ୍ଚିମବଙ୍ଗ ବଖାଲିରୁ ଏହି କୋଷ୍ଟାଲ ସାଇକ୍ଲୋଥନ ବାହାରିଥିଲା। ୨୫ଦିନରେ ଭାରତର ୯ଟି ରାଜ୍ୟ ଦେଇ ୬୫୦୦ କିମି ପରିକ୍ରମା କରି ଆସନ୍ତା ଫେବୃୟାରୀ ୨୨ତାରିଖରେ କୋଚିନରେ ଉଦଯାପିତ ହେବ।୬୫ଜଣ ସିଆଇଏସଏଫର ସୁରକ୍ଷା କର୍ମୀ ଏହି ସିକ୍ଲୋଥନରେସାମିଲ ହୋଇଛନ୍ତି। ସିଆଇଏସଏଫ କମାଣ୍ଡାଣ୍ଟ ରାକେଶ ଚୈଧୁରୀଙ୍କ ତତ୍ବାବଧାନରେ ଏହି ସାଇକ୍ଲୋଥନ ଦଳ କୋଣାର୍କରେ ରାତ୍ରୀଯାପନ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *