ମା ସରସ୍ୱତୀଙ୍କ ପୂଜା ଉପଲକ୍ଷେ ଦୁଇ ରାତ୍ରୀ ନାଟକ ଉଦଯାପିତ
ଧର୍ମଶାଳା :ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସୁଭଦ୍ରାପୁର ଗ୍ରାମରେ ବିଦ୍ୟାଧାତ୍ରୀ ମା ସରସ୍ୱତୀ ପୂଜା ନିତିକ୍ରାନ୍ତି ଅନୁସାରେ ୧୦ଦିନ ଧରି ପାଳନ କରାଯାଇଛି।ପଂଚମି ଦିନ ମାଙ୍କ ପୂଜା ଆରମ୍ଭ ହୋଇଥିଲା।ଅଷ୍ଟମୀ ଦିନ ଗ୍ରାମର କୁନି କୁନି ପିଲାମାନଙ୍କର ନୃତ୍ୟ ପ୍ରତିଯୋଗିତା ହୋଇଥିଲା।ଏହି ଅବସରରେ ସୁଭଦ୍ରାପୁର ଗ୍ରାମର କଳାକାରମାନେ ଦୁଇ ରାତି ନାଟକ ପରିବେଷଣ କରିଥିଲେ।ନିର୍ଦ୍ଦେଶକ ଅମୁଲ୍ୟ ନାୟକଙ୍କ ନିର୍ଦ୍ଦେଶନାରେ ପ୍ରଥମ ରାତି ନାଟକ ଛାତିର କୋହକୁ ଦେଖିଛି କିଏ ଓ ଦ୍ୱିତୀୟ ରାତି ନାଟକ କାହାକୁ କହିବି ଦୁଃଖ କାହାଣୀ ପରିବେଷଣ କରାଯାଇଥିଲା।ହଜାର ହଜାର ଦର୍ଶକ ନାଟକର ମଜା ନେବା ସହ କଳାକାର ମାନଙ୍କୁ ପ୍ରଶଂସା କରିଥିଲେ। ଗ୍ରାମବାସୀଙ୍କ କହିବା କଥା ଏହି ପୂଜା ୧୫୦ବର୍ଷରୁ ଉର୍ଦ୍ଧ ବର୍ଷ ହେବ ଅନୁଷ୍ଠିତ ହେଉଥିବା ବେଳେ ୩୬ବର୍ଷଧରି ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଉଦଗାଟନ ଊତ୍ସବରେ ଉଦଗାଟକ ଭାବେ ସମଜସେବୀ ମନୋରଞନ ସାହୁ ଯୋଗ ଦେଇଥିବାବେଳେ ମୂଖ୍ୟ ଅତିଥି ଭାବେ କଣ୍ଟିଗଡିଆ ପଂଚାୟତ ସମିତିସଭ୍ୟ ଅରୁପାନନ୍ଦ ଜେନା ଯୋଗ ଦେଇ କଳାକାର ମାନଙ୍କୁ ବହୁ ମୁଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।ସେହିପରି ଉଦଜାପନ ଉତ୍ସବରେ ଛବିନ୍ଦ୍ର ନାୟକ ମେମୋରିଆଲ ଟ୍ରଷ୍ଟର ସଂପାଦକ ଯୁବ ସମାଜସେବି ରାକେସ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଚୈାଧୁରୀ ଶ୍ରୀକାନ୍ତ ଦାସ ପୂଜାର କର୍ତ୍ତା ଭାବେ ଉପସ୍ଥିତ ଥିବାବେଳେ ସମସ୍ତ ଗ୍ରାମବାସୀ ପୂର୍ଣମାତ୍ରାରେ ସହୋଯୋଗ କରିଥିଲେ ।ଅଷ୍ଟମି ଦିନ ଏକ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା।ଶେଷରେ ମାଙ୍କୁ ବିଶର୍ଜନ କରାଯାଇ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
