ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଜପୁର ଗସ୍ତ
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଜପୁର ଗସ୍ତ ରେ ଆସି ମା ବିରଜାଙ୍କ ଦର୍ଶନ କରିଛନ୍ତିl ଆଜି ସକାଳ 9 ta 50 ସମୟରେ କଡା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ବିରଜା ମନ୍ଦିର ପରିସରରେ ପହଞ୍ଚି ଥିଲେ l ମନ୍ଦିର ପରିସରରେ ଥିବା ନlଭିଗୟା କୁଣ୍ଡ ନିକଟରେ ଶ୍ରୀମତୀ ମୁର୍ମୁ ନିଜ ପିତୃପୁରୁଷଙ୍କ ମୋକ୍ଷ ନିମନ୍ତେ ପିଣ୍ଡଦାନ କରିଥିଲେ l ଦୀର୍ଘ 45 ମିନିଟ ଧରି ପିଣ୍ଡଦାନ ସମ୍ପର୍କିତ ପୂଜା ହୋଇଥିଲା l ଏହାପରେ ରାଷ୍ଟ୍ରପତି ମା ବିରଜାଙ୍କ ଦର୍ଶନ କରିଥିଲେ l ମନ୍ଦିର ରୁ ବାହାରି ସେ ଚତୁଃପାର୍ଶ୍ଵ ପରିକ୍ରମା କରିବା ସହିତ ମନ୍ଦିର ପରିସରରେ ଥିବା ଇଶାନେଶ୍ଵର ଓ 108 ଶିବ ଲିଙ୍ଗ ଦର୍ଶନ କରିଥିଲେ l ଦୀର୍ଘ 5 ବର୍ଷ ଧରି ଚାଲିଥିବା ବିରଜା ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ରାଷ୍ଟ୍ରପତି ଙ୍କୁ ଅବଗତ କରାଇଥିଲେ l ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ଦିର ରୁ ବାହାରିବା ସମୟରେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିବା ଜନସାଧାରଣ ଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ l ରାଷ୍ଟ୍ରପତି ଙ୍କ ଏହି ଗସ୍ତ ସମୟରେ ରାଜ୍ଯପାଳ ହରିବାକୁ କମ୍ଭମପତି , ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ , କୋରେଇ ବିଧାୟକ ଆକାଶ ଦାସନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଆଜି ରାଷ୍ଟ୍ରପତି ଙ୍କୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସାହାଣ ପଥର ନିର୍ମିତ ଏକ ବୁଦ୍ଧ ମୂର୍ତ୍ତି ପ୍ରଦାନ କରାଯାଇଛି lରାଷ୍ଟ୍ରପତି ଙ୍କ ଗସ୍ତ ପାଇଁ ବିରଜାକ୍ଷେତ୍ର ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲା। ସହରର ଗଳିକନ୍ଦିଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସବୁଠି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଆକର୍ଷଣୀୟ ଫୁଲ ସଜ୍ଜା ଓ ରଙ୍ଗିନ ଆଲୋକମାଳାରେ ବିରଜା ମନ୍ଦିର ପରିସର ଝଲସୁଛି। ମହାମହିମ ରାଷ୍ଟ୍ରପତିଙ୍କ ପ୍ରଥମ ଯାଜପୁର ଗସ୍ତକୁ ଐତିହାସିକ ଓ ସ୍ମରଣୀୟ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରାଯାଇ ନାହିଁ । ପିଣ୍ଡଦାନ ସ୍ଥାନ ନାଭିଗୟାକୁ ସଂପୂର୍ଣ୍ଣ ପରିଷ୍କାରପରିଚ୍ଛନ୍ନ କରାଯାଇ ଥିଲା। ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ନିମନ୍ତେ ୧୬ ଜଣ ବ୍ରା ହ୍ମଣଙ୍କ ବ୍ୟତୀତ ୩୨ଜଣ ସେବାୟତ ମନ୍ଦିର ରେ ଉପସ୍ଥିତ ରହି ଥିଲେ l ଗତକାଲି ଠାରୁ ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଓ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣସିଂ ମୀନା ସୁରକ୍ଷା ବ୍ୟବସ୍ଥାର ତଦାରଖ କରି ଥିଲେ।
