ଜଟଣୀରେ ମଧୁବାବୁଙ୍କ ୯୨ତମ ଶ୍ରାଦ୍ଧ ଦିବସ ପାଳିତ
ଜଟଣୀ ତା ୦୪-୦୨-୨୬ ଜଟଣୀ ସ୍ଥିତ ବରିଷ୍ଠ ନାଗରିକ ସେବା ସଙ୍ଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ବାରିଷ୍ଟର ମୁଧୁସୂଦନ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । ଉଭୟ ଅନୁଷ୍ଠାନର ସଭାପତି ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ଅବନୀ କୁମାର ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ସଭାରେ ଅରୁଣ କୁମାର ମହାନ୍ତି, ବାସୁଦେବ ସେଠୀ, ସାରଙ୍ଗଧର ବେହେରା, ଆଦି ନାରାୟଣ ଖଣ୍ଡୁଆଳ, ବିଜୟ କେତନ ଜେନା, ବିଜୟ ରାମ ମହାନ୍ତି, ଧିରେନ ପ୍ରତିହାରୀ, କେ ନାଗେଶ୍ୱର ରାଓ, ସୁରେଶ କୁମାର ରଥ, ଦିବାକର ମଙ୍ଗରାଜ, ନୀଳାମ୍ବର ମିଶ୍ର ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଜବାହର ଲାଲ ସୁବୁଦ୍ଧି ମଧୁ ବାବୁଙ୍କ ଏକ ପ୍ରତିମୂର୍ତ୍ତି ଜଟଣୀ ପୌର ପରିଷଦ ପକ୍ଷରୁ ସ୍ଥାପନ କରିବାକୁ ଦାବି କରିଥିଲେ। ଏହି ଅବସରରେ ମଧୁବାବୁଙ୍କ ଫଟୋ ଚିତ୍ରରେ ସାମୁହିକ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଓଡ଼ିଆ ଜାତିର ଅସ୍ମିତା, ସ୍ୱାଭିମାନ ତଥା ସ୍ୱାର୍ଥ ପାଇଁ ଲଢ଼ୁଥିବା ମଧୁବାବୁ ଆମ ପାଇଁ ଚିରସ୍ମରଣୀୟ ହୋଇ ରହିବେ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ।ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ।
