ବଟେଶ୍ୱର ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ
କୋଣାର୍କ,୦୪.୦୨- କୋଣାର୍କ ନିକଟସ୍ଥ ବାଲିଦୋକାନ ପିଏମଶ୍ରୀ ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ପୂରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ଶିକ୍ଷାବିତ୍ ତଥା ଶିଶୁ ସାହିତ୍ୟିକା ସ୍ୱର୍ଣ୍ଣ ଲତା ତ୍ରୀପାଠୀ, ପୁର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ପଣ୍ଡା, ଶିକ୍ଷାବିତ୍ ହରେକୃଷ୍ଣ ମହାନ୍ତି, ମଙ୍ଗୁଳି ଚରଣ ପାଢ଼ୀ, ଅଭୟ ବିଶ୍ବାଳ, ପୂର୍ଣ୍ଣ ଚନ୍ଦ୍ର ସେଠୀ, ସଭାପତି ପ୍ରଦୀପ୍ତ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷା ସହିତ ଶାରୀରିକ ଓ ମାନସିକ ଭାବରେ ସଶକ୍ତ କରିବା ସହ ନୁଆ ଆଶା ଓ ଆଲୋକକୁ ଉତ୍ତମ ଦିଗ ଦେଖାଇବାରେ କ୍ରୀଡା ମୂଖ୍ୟ ଭୂମିକା ଗ୍ରହଣ କରିଥାଏ। ପାଠ ପଢା ସହିତ କ୍ରୀଡା ଉପରେ ଧ୍ୟାନ ଦେଇ ନିଜକୁ ଶୃଙ୍ଖଳିତ କରି ଗଢି ତୋଳିଲେ ସଫଳ ବ୍ୟକ୍ତି ହୋଇପାରିବ ବୋଲି ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ପୂର୍ବରୁ ବିଭିନ୍ନ ବିଭାଗର କ୍ରୀଡା ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର, ଟ୍ରଫି ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ କ୍ରୀଡ଼ାରେ ସଫଳତା ହାସଲ କରିଥିବା ପୁର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା। ପୂରାତନ ମେଧାବୀ ଛାତ୍ରୀ ତଥା ବର୍ତ୍ତମାନର ସଂସ୍କୃତ ଶିକ୍ଷୟତ୍ରୀ ରାଜଶ୍ରୀ ଦାଶକୁ ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉତ୍ସବକୁ ସିଆରସିସି ସସ୍ମିତା ତ୍ରୀପାଠୀ ସଂଯୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
