କନ୍ଧମାଳ ବିଜେପି ପକ୍ଷରୁ ବଜେଟ୍ ସମ୍ବଦ୍ଧୀୟ ସାମ୍ବାଦିକ ସମ୍ମିଳନୀ ।

କନ୍ଧମାଳ,ତା୦୪/୦୨/୨୦୨୬,ଫୁଲବାଣୀ ଆଜି ସ୍ଥାନୀୟ ଫୁଲବାଣୀ ସର୍କିଟ ହାଉସ ସମ୍ମିଳନୀ କକ୍ଷ ରେ ଭାରତୀୟ ଜନତା ପାର୍ଟି କନ୍ଧମାଳ ପକ୍ଷରୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ ଓ ଜଳ ସମ୍ପଦ ବିଭାଗ ଓଡ଼ିଶା ସରକାରଙ୍କ ଅଧ୍ୟକ୍ଷରେ ବଜେଟ୍ ସମ୍ବନ୍ଧୀୟଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏକ ଜନ କଲ୍ୟାଣକାରୀ ତଥା ବିକଶିତ ଭାରତର ଗଠନ ଲକ୍ଷ୍ୟ କୁ ସାକାର କରିପାରୁଥିବା ଭଳି ଦୂରଦୃଷ୍ଟି ସମ୍ପର୍ନ୍ନ ବଜେଟ ଉପସ୍ଥାପନ କରାଯାଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜି ଓ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତା ରମଣ କୁ ମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ ।ଏହା କ୍ରମାଗତ ତାଙ୍କର ନବମ ବଜେଟ୍ ଥିଲା। ବିଶେଷ କରି ୨୦୨୬-୨୦୨୭ ଆର୍ଥିକ ବର୍ଷ ମଧ୍ୟବିତ୍ତ ମହିଳା, ଯୁବକଙ୍କ ଉନ୍ନତ ଜୀବନ ଧାରଣ ସହିତ ବିକଶିତ ଭାରତ ର ଆଶା ଓ ଆକାଂକ୍ଷାକୁ ସନ୍ତୁଳିତ କରିଛି ।ଏଥି ସହିତ ପ୍ରଧାନ ମନ୍ତ୍ରୀ ଆତ୍ମ ନିର୍ଭରଶୀଳ ଭାରତର ବ୍ଲୁଏ ପ୍ରିଣ୍ଟ ରହିଛି । ସମାଜର ତଳ ସ୍ତରରେ ଥିବା ବ୍ୟକ୍ତିଙ୍କ ବିକାଶ ଓ ବିକଶିତ ଓ ଭାରତର ବିକଶିତ ଓଡ଼ିଶା ।ଏଥି ସହିତ କେନ୍ଦ୍ରରେ ଭାଜପା ଆସିବାପରେ ୧୬ ଲକ୍ଷ୍ୟ କୋଟି ଟଙ୍କ।ର ବଜେଟ୍ ଉପସ୍ଥାନ କର।ଗଲ ।ମଧ୍ୟମ ମୁଦ୍ର।ସ୍ମିତ ମୁଦ୍ରା ସ୍ଥିରତା ଏବଂ ନିରନ୍ତର ନିବେଶମାଧ୍ୟମରେ ଭାରତ ଦୀର୍ଘ ୧୨ ବର୍ଷ ମଧ୍ୟରରେ ୭ ପ୍ରତିଶତ ଅଭିବୃଦ୍ଧି ଘଟିଛି।ଯୁବ ଶକ୍ତିର ବିକାଶ ଉପରେ ସ୍ଵତନ୍ତ୍ର ଫକସ୍ ରହିଛି। ଚଳିତ ବଜେଟରେ ମୁଖ୍ୟଲକ୍ଷ୍ୟ ହେଉଛି ଦୃତନ ଆର୍ଥିକ ଅଭିବୃଦ୍ଧି ସହିତ କୃଷକ, ଗରିବ, ଯୁବକ ଓ ମହିଳା ଓ ମଧ୍ୟମ ବର୍ଗକୁ ସଶକ୍ତ କରିବ। ସହିତ ଅନେକ ଜନହିତକର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ବିଧାୟକ ଉମା ଚରଣ ମଲିକ, ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ,ପୂର୍ବତନ ସଭାପତି ଜଗନ୍ନାଥ ସାହୁ,କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜିତ୍ ମଣ୍ଡଳ, ବିଧାୟକ ପ୍ରତିନିଧି ରମେଶ ଚନ୍ଦ୍ର ମହାନ୍ତି , ଲିଙ୍ଗରାଜଦଳବେହେରା,ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି,ନଗର ସଭାପତି ଜଗନ୍ନାଥ ସାହୁ(ଟିକୁ) ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *