ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଜୟଶ୍ରୀ ଶାନ୍ତରା ଙ୍କ ପୌରୋହିତ୍ୟରେ ବାର୍ଷିକ ଉତ୍ସବ ପାଳିତ

ପୁରୁଷୋତ୍ତମପୁର ୧୦/୨( )ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଚଡିଆ ପଲୀ ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଜୟଶ୍ରୀ ଶାନ୍ତରା ଙ୍କ ପୌରୋହିତ୍ୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟୀ କୁମାର ବେହେରା, ପୁରୁଷୋତ୍ତମପୁର ଏ ବି ଇ ଓ ଭକ୍ତ ଵସ୍ଚଳ ଜାନି,ମୁଖ୍ୟ ବକ୍ତା ରୂପେ ଅବସର ପ୍ରାପ୍ତ ଶିକ୍ଷକ ତଥା କବିସୂର୍ଯ୍ୟନଗର ର ପୂର୍ବତନ ଏ ବି ଇ ଓ. ନିରଞ୍ଜନ ସାହୁ, କନକା କ୍ଲଷ୍ଟର ର ସି. ଆର. ସି. ସି. ହେମନ୍ତ କୁମାର ବେହେରା, ଅଛୁଲୀ କ୍ଲଷ୍ଟରର ର ସି.ଆର. ସି.ସି. ମନୋଜ କୁମାର ପଣ୍ଡା,ସ୍ଥାନୀୟ ସରପଞ୍ଚ ସୁଧାକର ଗୌଡ଼, ସ୍କୁଲ ର ସଭାପତି ଦେବରାଜ ଗୌଡ଼ ଯୋଗଦେଇ ଦୀପ ପ୍ରଜ୍ଵଳନ କାରୀ ଉତ୍ସବ ର ଶୁଭାରମ୍ଭ କରିଥିଲେ l ପ୍ରଧାନ ଶିକ୍ଷକ ତାଙ୍କ ବାର୍ଷିକ ବିବରଣୀ ପାଠ କରୀ କହିଥିଲେ ଯେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଭିର୍ଣ୍ଣ ପରୀକ୍ଷାରେ ବିଦ୍ୟାଳୟ ର ସୁନାମ ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ସଂସ୍କୃତି ରାଣୀ ଦାଶ (ଏ ଏଚ ଏସ ସି )ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବା ସଙ୍ଗେ ସଙ୍ଗେ ୨୦୨୫ରେ (ଏନ. ଏମ ଏମ. ସ) ଓ (ଏନ. ଆର ଟି ଏସ )ପରୀକ୍ଷା ରେ ମଧ୍ୟ କୃତିତ୍ୱ ହାସଲ କରିଛନ୍ତି l ସେହିପରି ଲିପ୍ସା ରାଣୀ ପଣ୍ଡା ୨୦୨୫ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ରେ ପ୍ରଥମ ସ୍ଥାନ ଅଧିକାର କରିବା ଶହ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି l ଏହି ପରି ଅନେକ ଛାତ୍ର ଛତ୍ରୀ ବିଭିର୍ଣ୍ଣ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରୀ ସ୍କୁଲ କୁ ଗୌରାବାନ୍ୱିତ କରିଛନ୍ତି l ମୁଖ୍ୟ ବକ୍ତା ତାଙ୍କ ଭାଷଣରେ କହିଥିଲେ ଯେ ଯଦି ତୁମେ ନିଜର ଓ ଦେଶର ବିକାଶ ଦେଖିବାକୁ ଚାହଁ ତାହେଲେ ଛାତ୍ର ଛାତ୍ରୀ ମାନଙ୍କୁ ବଡ଼ ବଡ଼ ମହାପୁରୁଷ ମାନଙ୍କ ଆତ୍ମ ଜୀବନୀ ପଢିବା ଦରକାର l ଓ ଅନ୍ୟ ଅତିଥିମାନେ ପିଲାମାନଙ୍କୁ ବିଭିର୍ଣ୍ଣ ମାଧ୍ୟମ ରେ ଛାତ୍ର ଛାତ୍ରୀ ମାନଙ୍କୁ କିଛି କିଛି ଶିକ୍ଷା ଦେଇଥିଲେ l ପରିଶେଷରେ ବିଦ୍ୟାଳୟର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଓ ବିଦ୍ୟାଳୟରେଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

Leave a Reply

Your email address will not be published. Required fields are marked *