ସର୍ବେଶ୍ଵର ଗ୍ରାମୀଣ ହାଟ ର ଶୁଭାରମ୍ଭ

ରଘୁନାଥପୁର, ତା ୧୧-୦୨-୨୦୨୬::ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡ଼ଙ୍ଗା ପଂଚାୟତର ସର୍ବେଶ୍ଵର ପଡ଼ିଆରେ ପଞ୍ଚାୟତ ସ୍ତରୀୟ “ସର୍ବେଶ୍ଵର ଗ୍ରାମୀଣ ହାଟ” ର ଶୁଭାରମ୍ଭ ଉତ୍ସବମୁଖର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଚାଷୀ ବହୁଳ ଏହି ପଂଚାୟତରେ ଦୀର୍ଘଦିନ ଧରି ଏକ ସୁବ୍ୟବସ୍ଥିତ ହାଟର ଆବଶ୍ୟକତା ଅନୁଭବ କରାଯାଉଥିଲା। ଏହି ହାଟ ଆରମ୍ଭ ହେବା ଫଳରେ ସ୍ଥାନୀୟ ଚାଷୀମାନେ ତାଙ୍କର ପରିବା, ଧାନ, ଡାଲି, ଫଳ ଓ ଅନ୍ୟାନ୍ୟ କୃଷି ଉତ୍ପାଦ ସିଧାସଳଖ ଭାବେ ଗ୍ରାହକଙ୍କ ପାଖକୁ ବିକ୍ରୟ କରିପାରିବେ। ମଧ୍ୟସ୍ଥ ବ୍ୟବସାୟୀଙ୍କ ଉପରେ ନିର୍ଭରଶୀଳତା କମିବା ସହ ଚାଷୀମାନେ ଯଥୋଚିତ ମୂଲ୍ୟ ପାଇବେ ବୋଲି ଆଶା କରାଯାଉଛି।ଏହି ଗ୍ରାମୀଣ ହାଟ ଅଞ୍ଚଳର ଅର୍ଥନୈତିକ କ୍ରିୟାକଳାପକୁ ଆହୁରି ସଚଳ କରିବାରେ ସହାୟକ ହେବ। ସ୍ଥାନୀୟ ଯୁବକ, ସ୍ୱୟଂସହାୟକ ଗୋଷ୍ଠୀ ଓ ଛୋଟ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଏହା ଏକ ନୂତନ ସୁଯୋଗ ସୃଷ୍ଟି କରିବ। ହାଟ ପରିସରରେ ପାନୀୟ ଜଳ, ପରିଷ୍କାରତା ଓ ବ୍ୟବସ୍ଥିତ ଦୋକାନ ବ୍ୟବସ୍ଥା ନିମନ୍ତେ ପ୍ରୟାସ ନିଆଯାଇଛି।ଶୁଭାରମ୍ଭ ଅବସରରେ ପଂଚାୟତ ର ବରିଷ୍ଠ ବ୍ୟକ୍ତି ତଥା ଅଞ୍ଚଳର ମୂରବୀ ଶ୍ରୀଯୁକ୍ତ ଜନାର୍ଦ୍ଧନ ଦାସ ଙ୍କ କର କମଳରେ ଶୁଭାରମ୍ଭ ହେଲା , ଏଥିରେ ବ୍ଲକ ଚେୟାରମ୍ୟାନ ଲକ୍ଷ୍ମୀପ୍ରିୟା ବେହେରା , ସାଂସଦ ଙ୍କ ବ୍ଲକ ପ୍ରତିନିଧି ଗଗନ ଦାସ , ସରପଂଚ ଧର୍ମାନନ୍ଦ ସେଠୀ , ଯୁବ ସମାଜସେବୀ ତଥା ବିଜେପି ଜିଲ୍ଲା ସମ୍ପାଦକ ଡ଼ଃ ପ୍ରକାଶ ଚନ୍ଦ୍ର ଦଳାଇ , ସାଂସଦ ଙ୍କ ରଘୁନାଥପୁର ମେଡିକାଲ ପ୍ରତିନିଧି ଆଶିଷ ସାମଲ ଓ ଅଞ୍ଚଳବାସୀମାନଙ୍କ ଉପସ୍ଥିତି ଦେଖାଯାଇଥିଲା। ସମସ୍ତେ ଏହି ପଦକ୍ଷେପକୁ ସ୍ୱାଗତ କରି ଅଞ୍ଚଳର ସମୃଦ୍ଧି ପାଇଁ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ। ଏପରି କାର୍ଯ୍ୟରେ ସତ୍ୟବ୍ରତ ତ୍ରିପାଠୀ , ନବକିଶୋର ମଲ୍ଲ , ବଳରାମ ଦଳାଇ, ଦେବାଶିଷ ଦଳାଇ, ମାନସ ଦାସ , ନରେଶ ଦାସ , କେଦାରନାଥ ଦାସ , ସ୍ମୃତି ରଞ୍ଜନ ବେହେରା, ଦୀପ୍ତି ରଞ୍ଜନ ଖଟୁଆ, ସ୍ମୃତି ରଞ୍ଜନ ନାୟକ , ଦୀପ୍ତି ରଞ୍ଜନ ମହାପାତ୍ର, ରବୀନ୍ଦ୍ର ମଲ୍ଲ , ହରିହର ମଲ୍ଲ , ଆଇନଜୀବି କମଳାକାନ୍ତ ତ୍ରିପାଠୀ, ପ୍ରମୋଦ କୁମାର ଦାସ, ଅରକ୍ଷିତ ଦାସ , ଅମିର ଦାସ , ବସନ୍ତ କୁମାର ଦଳାଇ , ରଶ୍ମି ରଞ୍ଜନ ସ୍ବାଇଁ , ବିଜୁ ରାଏ, ବିର କିଶୋର ବାରିକ , ଅନାଦି ଦାସ , ଦିଲୀପ ଦାସ , ଆଣ୍ଟୀଲାଲ୍ ନାୟକ , ଆଶିଷ ମଲ୍ଲିକ , ଚଗଲା ମହାପାତ୍ର , ଦିଲୀପ ଦାସ ଏଥିରେ ଯୋଗଦାନ କରି ସାହୋଜୋଗ କରିଥିଲେ

Leave a Reply

Your email address will not be published. Required fields are marked *