ପିତାତଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଚିକିଟି, 11/ 02:ଉଚ୍ଚ ପ୍ରଥମିଜ ବିଦ୍ୟାଳୟ ପିତାତଳି ଠାରେ ପ୍ରଧାନ ଶିକ୍ଷକ ବଳରାମ ବେହେରା ଙ୍କ ଅଧ୍ୟକ୍ଷତାରେ ଏ ବର୍ଷର ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଇଓ ପନ୍ନଗ ଭୂଷଣ ମାଝୀ,ମୁଖ୍ୟ ବକ୍ତା ଓ ଏ ଭି ପିତାତଳି ଅଧକ୍ଷ ସି ଏଚ ହେମନ୍ତ କୁମାର , ସମ୍ମାନିତ ଅତିଥି ଭାବେ ତିନିଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ତ୍ରିନାଥ ମଲ୍ଲିକ , ନାଏକ ସେଠୀ ଓ ମେଘନାଥ ବେହେରା, , ଅବସରପ୍ରାପ୍ତ ଏବିଇଓ ନିଗମାନନ୍ଦ ପଣ୍ଡା, ସିମାଞ୍ଚଳ ପଣ୍ଡା , ସିଆରସିସି ଚିନ୍ତାମଣି ଯାନୀ, କଳବାଡ଼ ସିଆରସିସି ସୁଜିତ କୁମାର ପାଢ଼ୀ, ବି ଭେଙ୍କେଟ ରାଓ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉର୍ମିଳା ସେଠି ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ | ଉପସ୍ଥିତ ସମସ୍ତ ଅତିଥିଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ବରେଣ୍ୟ ଅତିଥିମାନେ ବାର୍ଷିକ ଉତ୍ସବ ପାଳନର ସୁଦୂର ପ୍ରସାରୀ ପ୍ରଭାବ କିପରି ଶିକ୍ଷାର୍ଥୀଙ୍କ ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ ତା’ ଉପରେ ଆଲୋକପାତ କରିଥିଲେ | ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଦକ୍ଷତା ପ୍ରଦର୍ଶନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶିକ୍ଷୟିତ୍ରୀ ମମତା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *