ବାଲିମାଫିଆ ସକ୍ରିୟ।କୋଟିକୋଟି ଟଙ୍କା ରାଜସ୍ଵକ୍ଷତି।
ରଘୁନାଥପୁର ତା ୧୨/ ରଘୁନାଥପୁର ନିକଟସ୍ଥ ତଥା କିଶାନନଗର ତହସିଲ ଅଧିନରେ ଥିବା ବାଙ୍କଳଚୋରା ବାଲିଖାଦାନରୁ ପୋକ୍ଲିନ ମେସିନ ଓ ହାଇୱା ଟ୍ରକ ପ୍ରଶାସନ ଜବତକରିଥିବା ଜଣାଯାଇଛି।ଘଟଣାରୁ ପ୍ରକାଶ କିଶନନଗର ତହସିଲ ଅଧିନରେ ରହିଛି ବାଙ୍କଳଠାରେ ମହାନଦୀ ରେ ଚୋରା ବାଲିଖାଦାନ।ଯେହେତୁ ଏହି ବାଲିଖାଦାନ କଟକଜିଲ୍ଲାର ଓ ଜଗତସିଂହପୁର ଜିଲ୍ଲା ବଡରଲାଇନରେ ରହିଥିବାରୁ ଉଭୟଜିଲ୍ଲା ପ୍ରଶାସନ ଛକାପଞ୍ଛା ମଧ୍ୟରେ ବାଲିମାଫିଆମାନେ ପ୍ରତିଦିନ ହଜାରହଜାର ଟ୍ରିପ ବାଲି ବିନା ନିଲାମରେ ଚାଲାଣ କରିଚାଲିଛନ୍ତି। ଏଥିରେ ସରକାର ଙ୍କ କୋଟିକୋଟା ଟଙ୍କା ରାଜସ୍ଵ କ୍ଷତିଘଟୁଛି।ଏହା କିଶନନଗର ତହସିଲ ଜ୍ଞାତସାରରେ ଚାଲୁଥିଲେ ମଧ୍ୟ ତହସିଲ ପ୍ରଶାସନର ନିରବତାକୁ ନେଇ ଅନେକ ପ୍ରଶ୍ନବାଚୀ ସୣଷ୍ଟିହୋଇଛି।ଅପରପକ୍ଷରେ ଉଳତ୍ତହେଉଥିବା ସମସ୍ତ ବାଲି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଚାଲାଣ ହେଉଥିବାରୁ ଏହି ଖବରପାଇ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ଏସପି ଅଙ୍କିତ ବର୍ମା ସଦଳବଳେ ଏହି ବାଲିଖାଦାନ ଉପରେ ରାତିଅଧିଆ ଚଢାଉକରି ୧୦ଟି ହାଇୱା ୨ଟି ପୋକିଲିନ ମେସିନ ଜବତ କରିବାସହ ୯ ଜଣକୁ ଅଟକ ରଖାଯାଇଛି।

ତେବେ ବାଲିଖାଦାନ ରେ ରଘୁନାଥପୁର ତହସିଲଦାର ରାଜଲକ୍ଷୀ ନାୟକ ଓ ରଘୁନାଥପୁର ଆଇଆଇସି ସୁଶାନ୍ତ କୁମାର ସେଠି ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।ଏହି ଅଞ୍ଚଳରେ ଦୈନିକ ହଜାର ହଜାର ଟ୍ରିପ ବାଲି ଚାଲାଣ ହେଉଥିଲେବି ସ୍ଥାନୀୟ ଥାନା ଓ ତହସିଲ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ଏହି ଅଞ୍ଚଳ ବାଲିମାଫିଆଙ୍କ ଭୁସ୍ଵର୍ଗପାଲଟିଛି।ସୁଣିବାକୁ ମିଳୁଛି କଟକଜିଲ୍ଲାର ଶାସକଦଳର ଜଣେ ବିଧାୟକ ଙ୍କ ଭାଇ ବାହୁଛାୟାତଳେ ରହି ଏହି ଚୋରାବାଲି ଘାଟଚଳାଉଥିବାର ଅଭିଯୋଗ ହେଉଛି।ତେବେଏହି ତହସିଲ ଅଧିନ ମହାନଦୀ ଖେଣ୍ଟାଳ ବାଲିଘାଟରେ ମଧ୍ୟ ସରକାର ଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଧାର୍ଯ୍ୟଠାରୁ ଶହଗୁଣା ଅଧିକ ବାଲି ଚାଲାଣ ହେଉଥିଲେବି ପ୍ରଶାସନ ନିରବ କାହିଁକି।ଏହି ଘାଟଉପରେ ଚଢାଇ କରିବାପାଇଁ ସାଧାରଣରେ ଦାବୀ କରାଯାଇଛି।
