ପୁରୀ ଶ୍ରୀ ଲୋକନାଥ ପୀଠରେ ଜାଗର ଓ ପଙ୍କଉଦ୍ଧାର ଏକାଦଶୀ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପ୍ରସ୍ତୁତ

ରାତି ପାହିଲେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କଉଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହେବ। ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି। ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ। ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରି ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ। ବର୍ଷତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନା ରୂପାରେ ଆଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ବାହାର କରାଯିବ। ତେଣୁ ଆଜି ବିଳମ୍ବିତ ରାତ୍ର ୧୨ଟା ୩୦ ରେ ଦ୍ବାର ଖୋଲା, ୧ ଟା ୧୫ ରେ ମଙ୍ଗଳଆଳତି ଓ ଅବକାଶ, ରାତ୍ର ୧ ଟା ୪୫ ରୁ ୩ ଟା ମଧ୍ୟରେ ସକାଳଧୂପ ଓ ମଧ୍ୟାହ୍ନଧୂପ ପରେ ଭୋର ୪ଟା ରୁ ସକାଳ ୮ ପର୍ଯ୍ୟନ୍ତ ପଙ୍କୋଦ୍ଧାର କରାଯାଇ ମାଘ ସ୍ନାନ ନୀତି ଅନୁଷ୍ଠିତ ହେବ। ଦିନ ୧୨ ଟା ରୁ ରାତ୍ର ୧୦ ଟା ଯାଏଁ ସର୍ବସାଧାରଣ ଦର୍ଶନ ହେବାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ବଡ଼ସିଂହାର ବେଶ କରାଯିବ ବୋଲି କହିଛନ୍ତି ସେବାୟତ। ସେପଟେ ପଙ୍କୋଦ୍ଧାର ଏକାଦଶୀ ଦିନ ୪ ହଜାର ଓ ଜାଗର ଯାତ୍ରା ଦିନ ୬ ହଜାର ସ୍ବତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହେବାକୁ ଥିବା ବେଳେ ଟିକେଟ ଦାମ୍ ୧୦୦ ଟଙ୍କା ରଖାଯାଇଥିବା କହିଛନ୍ତି ଲୋକନାଥ ମନ୍ଦିର ମ୍ୟାନେଜର। ବାଇଟ1- ସନ୍ତୋଷ କୁମାର ପଣ୍ତା, ସମ୍ପାଦକ, ଶ୍ରୀଲୋକନାଥ ମନ୍ଦିର,,,,( ପଙ୍କୋଦ୍ଧାର ଏକାଦଶୀ PART ଲାଗିବ )ବାଇଟ2- ଅପୋଚ କୁମାର ପରିଡ଼ା, ମ୍ୟାନେଜର, ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ଭିଓ- ସେପଟେ ପଙ୍କୋଦ୍ଧାର ଏକାଦଶୀ ଓ ମହାଶିବରାତ୍ରିରେ ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି ସହିତ ଭକ୍ତମାନେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖାଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ ଲୋକନାଥ ମନ୍ଦିର ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଲୋକନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୫ ତାରିଖ ରବିବାର ଜାଗର ଯାତ୍ରା ପଡ଼ୁଥିବାରୁ ପୂର୍ବଦିନ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁ ଲୋକନାଥଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଭୋର ୫ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୦ ଟା ପର୍ଯ୍ୟନ୍ତ ଚାଲିବ। ରାତି ୩ଟାରେ ହରିହର ଭେଟ, ଭୋଗ ସମ୍ପନ୍ନ ପରେ ବଡ଼ସିଂହାର ବେଶ କରାଯାଇ ଭୋର ୪ ଟାରେ ମହାଦୀପ ଉଠିବ। ଅନ୍ୟପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ, ସୁରକ୍ଷା ଓ ଶୃଙ୍ଖଳିତ ନୀତିକାନ୍ତି ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି। ବାଇଟ3- ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ, ଲୋକନାଥ ମନ୍ଦିର,,,( ଜାଗର PART ଲାଗିବ )ବାଇଟ4- ପ୍ରତୀକ ସିଂ, ଏସପି, ପୁରୀ ଫାଭିଓ- ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ବାବା ଲୋକନାଥଙ୍କ ଦର୍ଶନ କରିବାକୁ ପଙ୍କୋଦ୍ଧାର ଏକାଦଶୀ ଓ ମହାଶିବରାତ୍ରି ଦିନ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି । ପୁରୀରୁ ରଣଜିତ ମିଶ୍ରଙ୍କ ରିପୋର୍ଟ ( 4ଟି ବାଇଟ୍ ଓ ଭିଜୁଆଲ whats app ରେ ଯାଇଛି,,, ,,,ଏସପି ଓ କଲେକ୍ଟର ଲୋକନାଥ ମନ୍ଦିର ପରିଦର୍ଶନ କରିବାର କିଛି ଫଟୋ ହ୍ୱଟସପରେ ଯାଇଛି,,, ଭିଜୁଆଲ୍ ସହ ହ୍ୱଟସପରେ ଯାଇଥିବା ଫଟୋ ଲଗାଇ ଷ୍ଟୋରୀ ନେବେ l

Leave a Reply

Your email address will not be published. Required fields are marked *