ଚିକିଟିରେ ପ୍ରବୋଧନତାଲିମ ଶିବିର ଉଦଯାପିତ।

ଚିକିଟି, 14/2:ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ପ୍ରାଥମିକ ଶିକ୍ଷା ଆଧାରିତ ବିଦ୍ୟାଳୟ ଶିକ୍ଷା – ୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା ନୀତି ଅନୁକୂଲ୍ୟରେ ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଶିବିରର ଅନ୍ତିମ ପର୍ଯ୍ୟାୟ ଉଦଯାପିତ ହୋଇଯାଇଛି । ସମୁଦାୟ ୪ଟି ପର୍ଯ୍ୟାୟରେ ୪୩୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ରାଜକବି ରାଧାମୋହନ ବିଦ୍ୟାପୀଠ, ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଝାଟି ପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। କେଦାରନାଥ ରାଉଳ, ନରେନ୍ଦ୍ର ସାହୁ ଓ ରଞ୍ଜନ ବ୍ରହ୍ମା ପ୍ରମୁଖ ଶିକ୍ଷକମାନେ ତାଲିମ ପ୍ରଦାନ କରିଥିଲେ ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଅନ୍ତିମ ଦିବସରେ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି, ଛାତ୍ରଛାତ୍ରୀଙ୍କ ଭାଗିଦାରୀ, ଶିକ୍ଷକଙ୍କ ଦାୟିତ୍ୱ ଓ ନୂଆ ଶିକ୍ଷା ନୀତି ଅନୁସାରେ ପାଠ୍ୟ ପ୍ରଣାଳୀ ଉପରେ ଗୁରୁତ୍ୱ ଦେଇଥିଲେ ।ଏହି ଶିବିରରେ ଶିକ୍ଷକମାନେ ନୂତନ ପାଠ୍ୟକ୍ରମ, ମୂଲ୍ୟାୟନ ପ୍ରଣାଳୀ, ଶିକ୍ଷା ମାଧ୍ୟମରେ ନୂଆ ପଦ୍ଧତି ଓ ଡିଜିଟାଲ ଶିକ୍ଷା ବିଷୟରେ ତାଲିମ୍ ଗ୍ରହଣ କରିଥିଲେ ।ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଶିକ୍ଷକମାନଙ୍କୁ ସଫଳ ତାଲିମ ପାଇଁ ଶୁଭେଚ୍ଛା ଜଣାଯାଇଥିଲା ଓ ସମସ୍ତ ଶିବିରର୍ଥୀ ମାନଙ୍କୁ ମାନପତ୍ର ପ୍ରଦାନ ଜରାଯାଇଥିଲା। ବିଆରସିସି ତ୍ରିନାଥ ମଲ୍ଲିକଙ୍କ ସମେତ ସମସ୍ତ ଏବିଇଓ ଓ ସିଆରସିସି ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *