ଏକଲ ଶ୍ରୀହରି ସଂସ୍କାର ଶିକ୍ଷା ସଞ୍ଚ ସ୍ତରୀୟ ସତସଙ୍ଗ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ।
ରାଇକିଆ, ତା 14/2/26 /କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଶିବ ମନ୍ଦିର ପ୍ରାଙ୍ଗଣରେ ଏକଲ ଶ୍ରୀହରି ସଂସ୍କାର ଶିକ୍ଷା ସଞ୍ଚ ପକ୍ଷରୁ ସଞ୍ଚ ସ୍ତରୀୟ ସତସଙ୍ଗ ସହିତ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଇକିଆ ସଞ୍ଚ ରୁ ଆସିଥିବା ସତସଙ୍ଗ ମଣ୍ଡଳୀ ଗଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଂସ୍କାରମୂଳକ ଶିକ୍ଷା ଓ ଭକ୍ତିଭାବର ସୁନ୍ଦର ପ୍ରତିଛବି ପ୍ରଦର୍ଶନ କରିଥିଲେ।ଆଜିରକାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଇକିଆ ପୂଜା କମିଟି ସଭାପତି ଶ୍ରୀ ସତ୍ୟବାନ ପାତ୍ର ଉପସ୍ଥିତ ରହି ଉଦ୍ଘାଟନ କରିଥିବା ବେଳେ ମଞ୍ଚ ରେ ସଂମାନିତ ଅତିଥିଭାବେ ସଞ୍ଚ ସାଭାପତି ନାରାୟଣ ପ୍ରସାଦ ମହାନ୍ତି, ସଞ୍ଚ ଉପସଭାପତି ଗଦାଧର ସାହୁ, ସନ୍ତୋଷ କୁମାର ପାତ୍ର,ଦେବୀପ୍ରସାଦ ପଣ୍ଡା,ବୀରଭଦ୍ର ଅଚlର୍ଯ୍ୟ,ଓଁ ପ୍ରକାଶ ବେହେରା,ଉପସ୍ଥିତ ରହିଥିଲେ।

ସତସଙ୍ଗ ପ୍ରତିଯୋଗିତାରେ ଭକ୍ତିଗୀତ ନୃତ୍ୟ, ଶ୍ଲୋକ ପାଠ ଓ ଧାର୍ମିକ ଆଲୋଚନା ମାଧ୍ୟମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ନୃତ୍ୟ ପ୍ରତିଯୋଗିତାରେ ଭକ୍ତିମୟ ପ୍ରସ୍ତୁତି ଦର୍ଶକମାନଙ୍କର ଅଧିକ ପ୍ରଶଂସା ଅର୍ଜନ କରିଥିଲା। ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲା।ଶେଷରେ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିବାରୁ ଆୟୋଜକମଣ୍ଡଳୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା.
