ପ୍ରିୟପତ୍ର ର ୩୯ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ
ପୁରୀ:୧୪ ଫେବୃଆରୀ ୨୦୨୬ ଅପରାହ୍ଣ ୩ଟା ସମୟରେ ସ୍ଥାନୀୟ ଓଡ଼ିଶା ସଂଗୀତ ପରିଷଦରେ ପ୍ରିୟପତ୍ର ର ୩୯ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି। ଡକ୍ଟର ହେମନ୍ତ କୁମାର ଛୋଟରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓଡ଼ିଶାର ପ୍ରଥମ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ବିଶ୍ୱ ପ୍ରକାଶ ପଟ୍ଟନାୟକ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଶ୍ରୀଯୁକ୍ତ ଗୈାରାଙ୍ଗ ପରିଡ଼ା, ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଉପନିର୍ଦେଶକ ସୂଚନା ଓ ଲୋକସଂପର୍କ ବିଭାଗ, ପ୍ରମୁଖ ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରି ପ୍ରିୟପତ୍ରର ସାହିତ୍ୟ ସେବା ସମ୍ପର୍କରେ ଅବଦାନ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀମତୀ ରେଣୁକା ମିଶ୍ର ଏବଂ ଶ୍ରୀଯୁକ୍ତ ଅବନୀଶ ରଥଙ୍କୁ ପ୍ରିୟପତ୍ର ଯୁଗଳବନ୍ଦୀ ସମ୍ମାନ, ଶ୍ରୀମତୀ ରଶ୍ମି ରଞ୍ଜିତା ସିଂହଙ୍କୁ ପ୍ରିୟପତ୍ର ସମ୍ମାନ, ଡାକ୍ତର କ୍ଷୀରାବ୍ଧିତନୟା ସାହୁଙ୍କୁ ଅଧ୍ୟାପକ ସରୋଜକାନ୍ତ ତ୍ରିପାଠୀ ସ୍ମୃତି ସମ୍ମାନ, ଶ୍ରୀଯୁକ୍ତ ପୀତାମ୍ବର ମହାପାତ୍ରଙ୍କୁ ବୀର ବଳଭଦ୍ର ପୁର ନିବାସୀ ରଘୁନାଥ ମହାପାତ୍ର ସ୍ମୃତି ସମ୍ମାନ, ଶ୍ରୀମତୀ ପ୍ରତିଭା ଦାଶଙ୍କୁ ଶକୁନ୍ତଳା ଦଳାଇ ସ୍ମୃତି ସମ୍ମାନ, ଶ୍ରୀଯୁକ୍ତ ରାଧାଶ୍ୟାମ ରାଉଳଙ୍କୁ ରସରାଜ ଏମାର କେଆର ସ୍ମୃତି ସମ୍ମାନ, ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ପାଣିଗ୍ରାହୀଙ୍କୁ ଶତ୍ରୁଘ୍ନ ମହାନ୍ତି ସ୍ମୃତି ସମ୍ମାନ, ଶ୍ରୀଯୁକ୍ତ ମହେଶ୍ଵର ଜେନାଙ୍କୁ ରାମଚନ୍ଦ୍ର ଦଳାଇ ସ୍ମୃତି ସମ୍ମାନ, ଶ୍ରୀଯୁକ୍ତ ଲିଙ୍ଗରାଜ ଦାସଙ୍କୁ ବିଶିଷ୍ଟ ଅଭିନେତା ସୁବଳ ଦାସ ସ୍ମୃତି ସମ୍ମାନ, ଶ୍ରୀଯୁକ୍ତ ପ୍ରଭାକର ରଥଙ୍କୁ ଏବଂ ଶ୍ରୀଯୁକ୍ତ ଗଣେଶ୍ୱର ପ୍ରହରାଜଙ୍କୁ ବିଶିଷ୍ଟ ଅନୁବାଦକ ବଳଭଦ୍ର ଦାସ ସ୍ମୃତି ସମ୍ମାନ, ଶ୍ରୀଯୁକ୍ତ ଯୋଗେଶ୍ଵର ନାୟକଙ୍କୁ ମାନବବାଦୀ ପ୍ରଗତିଶୀଳ ଲେଖକ ଗଙ୍ଗାଧର ମିଶ୍ର ସ୍ମୃତି ସମ୍ମାନ : ୨୦୨୬ରେ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶ୍ରୀଯୁକ୍ତ ପୀତାମ୍ବର ମହାପାତ୍ରଙ୍କ ରଚିତ ପୁସ୍ତକ ‘ଗଣିତ ତରଙ୍ଗ ‘ ଏବଂ ବିପିନ ବିହାରୀ ଦଳାଇଙ୍କ ରଚିତ କବିତା ସଙ୍କଳନ ‘ଭାବବୋଧିନୀ’ ନୀଳକଣ୍ଠ ମିଶ୍ରଙ୍କ ‘କୁସୁମାଞ୍ଜଳି’ ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ସଂପାଦକ ବିପିନ ବିହାରୀ ଦଳାଇ ଅତିଥି ମାନଙ୍କୁ ସ୍ୱଆଗତକରିବା ସହ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବକୁ ସଂଯୋଜନା କରିଥିଲେ ଲକ୍ଷ୍ମୀପ୍ରିୟା ଦାଶ, ପ୍ରବାସିନୀ ମିଶ୍ର, ମଧୁସ୍ମିତା ମିଶ୍ର ।

ଏହି ଆସରରେ ୫୦ରୁ ଊର୍ଦ୍ଧ୍ବ କବି ସ୍ୱରଚିତ କବିତା ପାଠ କରିଥିଲେ।ଶେଷରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବକୁ ପରିଚାଳନା କରିଥିଲେ ମାଧବ ଶ୍ରୀନନ୍ଦନ ସାହୁ, ଅବିନାଶ ଦଳାଇ, ରଜତ ମହାନ୍ତି, ବିମଳ କୃଷ୍ଣ ଦାସ, ସର୍ଵଗିଳା , ଦେବଦତ୍ତ ବିଶ୍ୱରଂଜନ ମିଶ୍ର ।।
