ଭତ୍ତା ପାଇଁ ପୁରୀ ପୌରସଂସ୍ଥା କାର୍ଯ୍ୟାଳୟକୁ ଆସୁଛନ୍ତି ୮୦ ବର୍ଷର ବୃଦ୍ଧ

ଭତ୍ତା ପାଇଁ ପୁରୀ ପୌରସଂସ୍ଥା କାର୍ଯ୍ୟାଳୟକୁ ଆସୁଛନ୍ତି ୮୦ ବର୍ଷର ବୃଦ୍ଧ। ଚାଲିବା ତ ଦୂରର କଥା ନିଜ ଗୋଡ଼ରେ ଛିଡ଼ା ହେବା ତାଙ୍କ ପାଇଁ ଅସମ୍ଭବ। ପୁରୀ ପୌରସଂସ୍ଥା କାର୍ଯ୍ୟାଳୟ ଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏ ହେଉଛନ୍ତି ପୁରୀ ବଳିଆପଣ୍ଡା ଅଞ୍ଚଳର ୮୦ ବର୍ଷ ବୟସ୍କ ସର୍ବେଶ୍ଵର ମଣ୍ଡଳ। ଗାଁ ରେ ଥିବା ସମୟରେ ଭତ୍ତା ଟଙ୍କା ତାଙ୍କ ଘରେ ଯାଇ ପହଞ୍ଚି ଯାଉଥିଲା। କିନ୍ତୁ ପୁରୀକୁ ଆସିବା ପରେ ଭତ୍ତା ଟଙ୍କା ଘରେ ପାଇବା ବ୍ୟବସ୍ତା କରିବାକୁ ସେ ପୁରୀ ପୌରସଂସ୍ଥା କାର୍ଯ୍ୟାଳୟରେ ଆବେଦନ କରିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ତାଙ୍କୁ ବାଧ୍ୟ ହୋଇ ପୌରସଂସ୍ଥା କାର୍ଯ୍ୟାଳୟକୁ ଆଣିଛନ୍ତି ସମ୍ପର୍କୀୟ। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ବୟସ୍କ ବୃଦ୍ଧ ଭତା ପାଇବା ପାଇଁ କାର୍ଯ୍ୟାଳୟକୁ ଆସିବା କ’ଣ ନିହାତି ଆବଶ୍ୟକ। ମାଳମାଳ କର୍ମଚାରୀ ପୌରସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଚାହିଁଲେ କ’ଣ ସର୍ବେଶ୍ଵରଙ୍କ ଘରେ ଭତା ଟଙ୍କା ପହଞ୍ଚାଇ ପାରିବେ ନାହିଁ। ଏ ଦିଗରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେବା ନିହାତି ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *