ଲୋକନାଥ ଙ୍କ ପୀଠରେ ସୂଚନା କେନ୍ଦ୍ରବ୍ୟବସ୍ଥା
ପୁରୀ ର୧୫/୨ ପୁରୀ ର ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀଲୋକନାଥ ଙ୍କ ପୀଠ ରେ ଆଜି ଜାଗର ଅବସରରେ ବିପୁଳ ଜନ ସମାଗମ ହୋଇଥିଲା।ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସୂଚନା କେନ୍ଦ୍ର ବା ହଜିବା ଖୋଜିବା କେନ୍ଦ୍ର କରାଯାଇଥିଲା।ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ଵାରା ସୂଚନା କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଥିଲା।ଶ୍ରଦ୍ଧାଳୁ ମାନଙ୍କୁ ବିବିଧ ସତର୍କ ସୂଚନା ଯଥା ଶିଶୁ ଓ ବୟସ୍କ ମାନଙ୍କୁ ହାତଛଡା କରନ୍ତୁ ନାହିଁ, ଯଦି କିଏ

ହଜିଯାଉଛନ୍ତି ତେବେ ହଜିବା ଓ ଖୋଜିବା ଉଭୟ ଲୋକ ସୂଚନା କେନ୍ଦ୍ର କୁ ଆସନ୍ତୁ ଯାହା ଫଳରେ ଶିଘ୍ର ମିଳି ପାରିବେ, ଗହଣା, ମୋବାଇଲ,ମନିପର୍ସ ପ୍ରତି ସତର୍କ ରୁହନ୍ତୁ ଇତ୍ୟାଦି ସୂଚନା ଦିଆଯାଇଥିଲା।ସେହିପରି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ବହି ବିକ୍ରୟ କରାଯାଇଥିଲା।
