ଶାଳିଜଙ୍ଗା ଠାରେ ମାଗଣା ସ୍ଵାସ୍ଥ୍ୟସେବା ଶିବିର।
ରଘୁନାଥପୁର ତା୧୫/୨:-ରଘୁନାଥପୁର ବ୍ଲକ ଶାଳିଜଙ୍ଗା ଶିରିଡିସାଇ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଚିକିତ୍ସା ସଂଘ ଓ ଶିରିଡିସାଇ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ରବିବାର ଏକ ମାଗଣା ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ରଘୁନାଥପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ବେହେରା ଯୋଗଦେଇ ଏହି ସ୍ଵାସ୍ଥ୍ୟଶିବିରକୁ ଫିତାକାଟି ଉଦଘାଟନ କରିଥିଲେ।ଏଥିରେ ବରିଷ୍ଠ ଶିଶୁବିଶେଷଜ୍ଞ ଡାକ୍ତର ରାଜକିଶର ବରାଳ,ଡା ଅଛ୍ଯତ ଚରଣ ମହାନ୍ତି,ଡା ରଂଜିତ କୁମାର ପଟ୍ଟନାୟକ,ଡା ସ୍ଵସ୍ତିକା ଚୈଧୁରୀ,ଡା ରଂଜନ କୁମାର ସାମଲ,ଡା ସୁଧାକର ବିଶ୍ବାଳ,ଡା ରଘୁନାଥ ଜେନା ପ୍ରମୁଖ ଯୋଗଦେଇ ଶିବିରକୁ ଆସିଥିବା ଲୋକମାନଙ୍କର ସ୍ଵାସ୍ଥ୍ୟପରୀକ୍ଷା କରିଥିଲେ।ଏଥିରେ ସ୍ତ୍ରୀରୋଗ,ଶିଶୁରୋଗ,ଚର୍ମରୋଗ, ନାଶାଗଳା,ମେଡିସିନ ଓ ସର୍ଜରୀ ବିଭାଗ ର ସ୍ଵାସ୍ଥ୍ୟପରିକ୍ଷା କରାଯାଇଥିଲା।ଏଥିରେ ପୂର୍ବତନ କଲେଜ ଅଧ୍ୟକ୍ଷ ରମାରଞନ ସ୍ଵାଇଁ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାବାଜୀ ଚରଣ ସାହୁ ଯୋଗ ଦେଇଥିବାବେଳେ ଶିରିଡିସାଇ ସେବା ପ୍ରତିଷ୍ଠାନ ର କର୍ମକର୍ତ୍ତା ମାନେ ସହଯୋଗ ପ୍ରଦାନ କରିଥିଲେ।ତେବେ ଏହି ମହାନକାର୍ଯ୍ୟ ପାଇଁ ଭାରତୀୟ ଚିକିତ୍ସା ସଂଘ ଓ ଶିରିଡିସାଇ ସେବାପ୍ରତିଷ୍ଠାନକୁ ଅଞ୍ଚଳପକ୍ଷରୁ ସାଧୁବାଦ ଦିଆଯାଇଛି।
