ଶ୍ରୀଶ୍ରୀ ରୁଦ୍ରେଶ୍ୱର ମହାଦେବ ଙ୍କ ପୀଠରେ ମହା ଶିବରାତ୍ରି।
ରଘୁନାଥପୁର ୧୫/୨ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରଘୁନାଥପୁର ପଞ୍ଚାୟତ ଅଧୀନ କୋରକରା ଗ୍ରାମରେ ଅବସ୍ଥିତ ସର୍ବ ପୁରାତନ ଶୈବ ପୀଠ ଶ୍ରୀ ଶ୍ରୀ ରୁଦ୍ରେଶ୍ୱର ମହାଦେବ ଙ୍କ ଜାଗରଯାତ୍ରା ମହା ଆଡମ୍ଭରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଦ୍ୱାର ପାଳ ଖୋଲା,ପ୍ରଭୁଙ୍କ ମହାସ୍ନାନ କରାଯିବା ପରେ ମଙ୍ଗଳଆଳତି କରାଯାଇଥିଲା। ଦ୍ବିପ୍ରହର ରେ ନୀତି କରାଯାଇ ଅପରାହ୍ନ ରେ ଅବକାଶ ନୀତି ପରେ ଚାରିକ୍ରମ କରାଯାଇ ହରିହର ପୀଠ ସାରି ଭୋର ୪ଘଟିକା ରେ ମନ୍ଦିର ରେ ନୂତନ ବାନା ଲଗାଯାଇ ମହାପ୍ରଭୁ ଙ୍କ ମହାଦ୍ବୀପ ଉଠିଥିଲା ଏହି ଉପଲକ୍ଷେ ବହୁ ଦୂରଦୂରାନ୍ତ ରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଧାଡି ଦର୍ଶନ କରିଥିଲେ।ଭକ୍ତମାନେ ମନସ୍କାମନା ପୂରଣ ପାଇଁ ମନ୍ଦିର ପରିସରରେ ସାରା ରାତ୍ରି ଉଜାଗର ରହି ଜାଗର ଜାଳି ଥିଲେ।ରାତି ସାରା ଭଜନସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବାଦ୍ୟ ଶଙ୍ଖ ହୁଳହଳି ରେ ଅଞ୍ଚଳ ଶିବମୟରେ ପ୍ରକମ୍ପିତ ହୋଇ ଉଠୁଥିଲା।ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ପୋଲିସ ମୃତୟନ ହୋଇଥିଲେ।ଏଠାରେ ବିଶେଷ ଆକର୍ଷଣ ଥିଲା ମହା ପ୍ରଭୁ ଙ୍କ ମନ୍ଦିର ନୂତନ ରଙ୍ଗ କରାଯିବା ସହ ଅଞ୍ଚଳର ଉଦୀୟମାନ ଯୁବକ ମାନଙ୍କ ମିଳିତ ସହଯୋଗ ରେ ମନ୍ଦିର ଏବଂ ଚତୁର୍ପାଶ୍ୱ ରେ ପୁଷ୍ପ ସଜା ପାଇଁ ବେଶ ମନୋହର ଥିଲା ବେଢା।ସମସ୍ତ ନୀତିକାନ୍ତି ଟ୍ରଷ୍ଟ ବୋର୍ଡ ଏବଂ ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି।ସେହିପରି ରଘୁନାଥପୁର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ଶୈବପିଠରେ ମହାଶିବରାତ୍ରୀ ଆନନ୍ଦଉଲ୍ଲାସରେ ପାଳନ ହୋଇଯାଇଛି।
