ନବରଙ୍ଗପୁର ଜିଲ୍ଲା ଅନୁସୂଚିତ ଜାତିସଙ୍ଘ ଉମରକୋଟ ଶାଖା ପକ୍ଷରୁ ସଭାଗୃହ ନିମନ୍ତେ ଜମି ପ୍ରଦାନ ପାଇଁ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର ଜିଲ୍ଲା ଅନୁସୂଚିତ ଜାତିସଙ୍ଘ ଉମରକୋଟ ଶାଖା ପକ୍ଷରୁ ସଭାଗୃହ ନିମନ୍ତେ ଜମି ପ୍ରଦାନ ପାଇଁ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ |ଉମରକୋଟ……. ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘ ଉମରକୋଟ ସଂଘ ପକ୍ଷରୁ ଆଜି ଜମି ପ୍ରଦାନ ପାଇଁ ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି |ଉମରକୋଟ ବ୍ଳକରେ ସହସ୍ରାଧିକ ଅନୁସୂଚିତ ଜାତିର ଜନସାଧାରଣ ବସବାସ କରି ରହି ଆସୁଛନ୍ତି, ହେଲେ କୌଣସି ବୈଠକ କିମ୍ବା ସଭାକାଯ୍ୟ କରିବାକୁ ହେଲେ ବାର ବାରଣ୍ଡା ବୁଲିବାକୁ ପଡୁଛି |ବ୍ଳକରେ ଅନୁସୂଚିତ ଜାତିର ବୈଠକ, ସଭା ସମିତି କିମ୍ବା କୌଣସି ସାମାଜିକ କାର୍ଯ୍ୟକ୍ରମ କରିବାକୁ କୌଣସି ସଭା ଗୃହ ନଥିବା ହେତୁ ଖରା, ବର୍ଷା, ଶୀତ ଓ କାକରରେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି |ତେଣୁ ଉମରକୋଟ ବ୍ଳକ ସଦର ମହକୁମାର କୌଣସି ସ୍ଥାନରେ ଜାଗା ଟିକେ ଚିହ୍ନଟ କରେଇ ଦେଲେ ସେଠାରେ ସଭାଗୃହ ନିର୍ମାଣ କରି ସାମାଜିକ କାର୍ଯ୍ୟ ସବୁ କରିବେ ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି |

ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଉମରକୋଟ ଅନୁସୂଚିତ ଜାତି ସଙ୍ଗର ଜିଲ୍ଲା ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ବାଘ, ଉମରକୋଟ ବ୍ଲକ ସଭାପତି ସୁଦର୍ଶନ ଜଗତ, ସମ୍ପାଦକ ଚତୁର ସିଂ ନାୟକ, ସହ ସମ୍ପାଦକ ଲାଳଧର ଦୁର୍ଗା, ସନପତ ଜାଲ, ରୟନୁ ସାଗର, ମଧୁସୁଦନ ସାଗର, ହରିବନ୍ଧୁ ଡଙ୍ଗରି, ରାଜଶ ସାଗର, ଦେବା ଦୁର୍ଗା,ତୁଲାରାମ ଡଙ୍ଗରି, ଜୟଦେବ ଗରଡ଼ାଙ୍କ ସମେତ ସମସ୍ତ କମିଟିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଉପ ଜିଲ୍ଲାପାଳଙ୍କୁ ଦାବିପତ୍ରଟି ପ୍ରଦାନ କରିଥିବା ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *