ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୃକ୍ଷ ରୋପଣ କଲେ ଷ୍ଟେଟ ବ୍ୟାଙ୍କ ଓ ଭଏସ ଅଫ୍ ମିଡିଆ କର୍ମଚାରୀ ।

କନ୍ଧମାଳ,ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଭାରତୀୟ ଷ୍ଟେଟବ୍ୟାଙ୍କ ଓ ଜିଲ୍ଲା ଭଏସ ଅଫ ମିଡ଼ିଆ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ପାଢୀ ଏହି କାର୍ଯ୍ୟକ୍ରମ ପାଇଁ ପ୍ରେରଣା ପ୍ରଦାନ କରି ଚିକିତ୍ସାଳୟ ପରିସରରେ, ପରିବେଶ ସୃଷ୍ଟି କରିବା ଓ ଏହି ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କର ଦାଇତ୍ଵ ବୋଧକୁ ରକ୍ଷା କରିବାକୁ ଏହି କାର୍ଯ୍ୟକ୍ରମ କରାଇଥିଲେ । ଓ ଏହି କାର୍ଯ୍ୟକ୍ରମରେ ସହରର ପ୍ରତ୍ୟେକ ସ୍ତରର ନାଗରିକଙ୍କୁ ଉପସ୍ଥିତ ରହି ନିଜର ସହଭାଗିତା ପାଇଁ ଆହ୍ୱାନ କରିଥିଲେ । ଏହିକାର୍ଯ୍ୟକ୍ରମରେ ସହରର ବୋହୁ ପ୍ରତିଷ୍ଠିତ ବରିଷ୍ଠ ନାଗରିକ, ଗଣମାଧ୍ୟମ ସଂଗଠନ, ଦାଇତ୍ଵବାନ ରାଜନେତା ଓ ବିଭାଗୀୟ କର୍ମଚାରୀ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ପୋଲିସ କମାଣ୍ଡେଣ୍ଟ ନବୀନ କିଶୋର ପଣ୍ଡା, ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ କର୍ମଚାରୀ ଶୁଭେନ୍ଦୁ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସୁବାଷ ପ୍ରଧାନ, ଫିଲମୋହନ ନାୟକ, ସନ୍ତୋଷ ଦିଗଲ, ଭଏସ ଅଫ ମିଡ଼ିଆ ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକ, ରମେଶ ପ୍ରଧାନ, ପ୍ରଶାନ୍ତ ଜେନା, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସରକାରୀ ଓକିଲ ଅଶୋକ ପରିଡା ପୂର୍ବତନ ନଗର ପାଳକ ପ୍ରତାପ ପାତ୍ରଙ୍କ ସମେତ ଅନେକ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମକୁ ନିଷ୍ଠାର ସହ ପାଳନ କରିଥିଲେ । ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଆହ୍ୱାନକୁ ଗ୍ରହଣ କରି ଚିକିତ୍ସାଳୟ ପରିସର ପରିବେଶକୁ ସୁରକ୍ଷା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *