ଐତିହାସିକ ବଜେଟ କୁ ଜଗତସିଂହପୁର ଠାରେ ବିଜେପି ନେତା ଓ କର୍ମୀ ଉତ୍ସାହିତ

*ଐତିହାସିକ ବଜେଟ କୁ ଜଗତସିଂହପୁର ଠାରେ ବିଜେପି ନେତା ଓ କର୍ମୀ ଉତ୍ସାହିତ
*ସାମିଲ ହେଲେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ

ବଜେଟରେ ଜଗତସିଂହପୁର ଜିଲ୍ଲା ପାଇଁ ନୂତନ ବିଶ୍ୱ ବିଦ୍ୟାଳୟ ଓ ଇଂଜିନିୟରିଂ କଲେଜ ପ୍ରତିଷ୍ଠାକୁ ନେଇ ମୁଖ୍ୟମନ୍ତ୍ରୀ ରଖିଥିବା ପ୍ରସ୍ତାବକୁ ନେଇ ସାରା ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର ନେତୃତ୍ୱରେ ଆୟୋଜିତ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇ ବାଣ ଫୁଟାଇ ମିଠା ଖାଇ ଉତ୍ସବ ପାଳନ କରିଥିଲେ । ନେତା ଓ କର୍ମୀମାନେ ସ୍ଥାନୀୟ ଥାନା ଛକ ଠାରେ ଏକ ଶୋଭାଯାତ୍ରା କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ । ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଉନ୍ନତି ପାଇଁ ମୋହନ ସରକାରଙ୍କ ଜଗତସିଂହପୁର ଜିଲ୍ଲାକୁ ଦେଇଥିବା ଅନୁଦାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ ବିଜେପି ସାଂସଦ ଓ ଜିଲ୍ଲା ସଭାପତି ।

Leave a Reply

Your email address will not be published. Required fields are marked *