ବଜେଟ -୨୦୨୬-୨୭ ଓ ଜଗତସିଂହପୁର ଜ଼ିଲ୍ଲା ଶୀର୍ଷକ ଆଲୋଚନା ଚକ୍ର ସହିତ ସୁଧାକର ଦ୍ବିବେଦୀ ବକୃତା ମାଳାର ଶୀର୍ଷକ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।

ରଘୁନାଥପୁର, ୨୩/୨( ):ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢ଼ୁଆ ପଞ୍ଚାୟତ ଅଧୀନ ଗହ୍ମାପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ‘ଉପ୍ଲେଶ୍ୱରୀ ନାରାୟଣୀ ଙ୍କପୀଠରେ ଉପରୋକ୍ତ ବିଷୟରେ ଅନୁଷ୍ଠିତ ହୋଇଯାଇଛି lଏଠାରେ ଉଲ୍ଲେଖ ଥାଉ କି ନାଟ୍ୟକାର ସୁଧାକର ଦ୍ବିବେଦୀ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ସୁଧାକର ଦ୍ବିବେଦୀ ବକୃତା ମାଳାର ଶୀର୍ଷକ, “ବଜେଟ – ୨୦୨୬-୨୭ ଓ ଜଗତସିଂହପୁର ଜ଼ିଲ୍ଲା” ସମ୍ପର୍କୀୟ ଏକ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ଆଲୋଚକ ଭାବେ ସ୍ମୃତି ପରିଷଦର ସଭାପତି ଅଲେଖ ଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ରାଉତ, ଉପଦେଷ୍ଟା ସୁରେନ ରାଉତ, ଯୁଗ୍ମ ସମ୍ପାଦକ ଶାନ୍ତନୁ କୁମାର ମିଶ୍ର,ବିଜନ ମହାପାତ୍ର,କୋଷାଧ୍ୟକ୍ଷ ରବି ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି ବଜେଟ-୨୦୨୬-୨୭ ଆର୍ଥିକ ବର୍ଷରେ ଜଗତସିଂହପୁର ଜ଼ିଲ୍ଲାରେ ବିଶ୍ୱବିଦ୍ୟାଳୟ ଓ ଇଂଜିନିୟରିଂ କଲେଜ ଖୋଲାଯିବା ପାଇଁ ଘୋଷଣା କରାଯାଇଥିବାରୁ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ଏଥିସହିତ ଲୁଣା ଜଙ୍ଗଲର ସୁରକ୍ଷା ନିମନ୍ତେ ଅଧିକ ଅର୍ଥ ବ୍ୟୟ ବରାଦ କରିବା ପାଇଁ ନିବେଦନ କରାଯାଇଥିଲା l ସେହିପରି ଜଗତସିଂହପୁର ଜ଼ିଲ୍ଲାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବାର ବ୍ୟବସ୍ଥା କରାଯିବା ସମ୍ପର୍କ ଆଲୋଚନା କରାଯାଇଥିଲା l ଜଗତସିଂହପୁର ଜ଼ିଲ୍ଲାର ଏରସମା – ବାଲିକୁଦା ଅଞ୍ଚଳରେ ଯେଉଁଠି କି ଚାଷୀମାନେ ଚାଷ କାର୍ଯ୍ୟ ନିମନ୍ତେ ସର୍ବଦା ବର୍ଷା ପାଣି ଉପରେ ନିର୍ଭର କରିଥାନ୍ତି, ଉକ୍ତ ଅଞ୍ଚଳରେ ଜଳସେଚନର ସୁବ୍ୟବସ୍ଥା ପାଇଁ ପ୍ରାଧାନ୍ୟ ଦିଆଯାଉ l ତେବେ ଏଥରର ବଜେଟ ସମ୍ପୂର୍ଣ୍ଣ ଜନହିତକର ବୋଲି ମତପ୍ରକାଶ ପାଇଥିଲା l ଦ୍ଵିତୀୟ ପର୍ଯ୍ୟାୟରେ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ୭୬ ତମ ଜୟନ୍ତୀ ସମାରୋହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ମୃତି ପରିଷଦର ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ପରିଷଦର ସାଧାରଣ ସମ୍ପାଦକ ସରୋଜ କୁମାର ଦ୍ବିବେଦୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ l ଉକ୍ତ ବୈଠକରେ ଯୁଗ୍ମ ସମ୍ପାଦକ ବିଜନ ମହାପାତ୍ର,ସାଂସ୍କୃତିକ ସମ୍ପାଦକ ରାଜକିଶୋର ସାହୁ ଓ ସନ୍ତୋଷ କୁମାର ସାହୁ, ସହ ସମ୍ପାଦକ ବିଶ୍ୱଜିତ ଦାଶ,କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ରାଉତରାୟ, ଆଶୁତୋଷ ମହାପାତ୍ର,ଅଜୟ କୁମାର ବରାଳ, ରଞ୍ଜନ କୁମାର ମିଶ୍ର,ଶିବପ୍ରସାଦ ମାଝୀ,ପ୍ରମୁଖ ଯୋଗଦେଇ ଚଳିତ ବର୍ଷ ୭୬ତମ ଜୟନ୍ତୀ ସମାରୋହକୁ ଆହୁରି ଅଧିକ ସରସ ସୁନ୍ଦର କରିବା ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ମାନ ଦେଇଥିଲେ l ଏଥିସହିତ ବାର୍ଷିକ ଉତ୍ସବରେ ସ୍ମରଣିକା ‘ସୁଧାସୌରଭ’ ପ୍ରକାଶ ପାଇବା ସମ୍ପର୍କରେ ଆଲୋଚନା କରାଯାଇଥିଲା l ଶେଷରେ ପ୍ରଦ୍ୟୁମ୍ନ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *