ଗୋବିନ୍ଦ ଦ୍ବାଦଶୀ ସ୍ନାନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ୨୩/୨ ଶାସ୍ତ୍ରୀୟ ମର୍ଯ୍ୟାଦାର ସହ ଗୋବିନ୍ଦ ଦ୍ବାଦଶୀ ସ୍ନାନ ଚଳିତ ମାସ ୨୮ ତାରିଖରେ ପୁରୀ ମହୋଦଧିରେ ଅନୁଷ୍ଠିତ ହେବ।ଏହାକୁ ଶାନ୍ତି, ଶୃଙ୍ଖଳା ର ସହ ସମାପନ ସହିତ ଏକ ସମନ୍ବୟ ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏହି ଆଧ୍ୟାତ୍ମିକ ସ୍ନାନ କାର୍ଯ୍ୟକ୍ରମ କୁ ସମସ୍ତଙ୍କ ସହଯୋଗ ରେ ଶୃଙ୍ଖଳିତ ଓ ସୁଚାରୁ ରୁପେ ସମ୍ପର୍ଣ୍ଣ ପାଇଁ ଅନୁରୋଧ କରିଥିଲେ।ଯେଉଁ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ନିଷ୍ଠାର ସହ ପାଳନ ପାଇଁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଛତିଶା ନିଯୋଗର ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ସମସ୍ତଙ୍କୁ ସ୍ବାଗତ ସହ ଏହି ଅଲଭ୍ୟ ସ୍ନାନ ରେ ସମସ୍ତେ ସାମିଲ ହେବା ଓ ଏହାକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଗୋବିନ୍ଦ ଦ୍ବାଦଶୀ ସ୍ନାନ ଆୟୋଜନ ସମିତିର ସଂଯୋଜକ ଜୀତେନ୍ଦ୍ର ମହାପାତ୍ର କାର୍ଯ୍ୟ ସୂଚୀ ସମ୍ପର୍କରେ ବିଷଦ ସୂଚନା ଦେଇ ଚଳିତ ମାସ ୨୮ ତାରିଖରେ ଶ୍ରୀକ୍ଷେତ୍ର ମହୋଦଧିରେ କୁମ୍ଭ ରାଶିରେ ସୂର୍ଯ୍ୟ ଙ୍କ ର ଅବସ୍ଥାନ ସହ ଗୋବିନ୍ଦ ଦ୍ବାଦଶୀ ପବିତ୍ର ସ୍ନାନ ଯୋଗ ରହୁଛି ବୋଲି କହିଥିଲେ।୨୮ ତାରିଖ ପୂର୍ବାହ୍ନ ୮.୩୦ ମିନିଟ ରୁ ଏମାର ମଠ ଚକଡା ଠାରୁ ଏକ ଭବ୍ୟ ଶୋଭାଯାତ୍ରା ସ୍ବର୍ଗଦ୍ବାର ସମ୍ମୁଖ ଶ୍ରୀ ନାରାୟଣ ବିଜେଘାଟରେ ପହଞ୍ଚିବ।ସେଠାରେ ଦିବା ୧୦.୧୮ ମିନିଟ ରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଅମୃତ ବେଳା ସ୍ନାନ ସମୟରେ ସ୍ନାନ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଥିଲେ।ସିଂହ ଦ୍ଵାର ସମୁଖରୁ ଯାତ୍ରା ଆରମ୍ଭ ସମୟରେ ବଡ଼ଛତା ମଠର ମହାବୀର ଙ୍କ ସହିତ ସମସ୍ତ ମଠ ସମ୍ପ୍ରଦାୟର ସନ୍ଥ,ମହନ୍ତ ଓ ନିଶାଣ ଙ୍କ ସହିତ ଶୋଭାଯାତ୍ରା ରେ ସାମିଲ ହେବେ ଓସ୍ନାନ ପୂର୍ବରୁ ବରୁଣ ଦେବତାଙ୍କ ଅଭିଷେକ ଓ ପୂଜା ଅର୍ଚନା ସହିତ ନାମ କୀର୍ତ୍ତନ କରି ସ୍ନାନ କରାଯିବ।

ଏହି କାର୍ଯ୍ୟକ୍ରମ ପାଇଁ ଆଇନ ଶୃଙ୍ଖଳା ରକ୍ଷା,ଟ୍ରାଫିକ ନିୟନ୍ତ୍ରଣ,ପାନୀୟ ଜଳ ଯୋଗାଣ, ପରିଷ୍କାର ପରିଛନ୍ନତା, ପରିମଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ଲାଇଫ ଗାର୍ଡ ମୁତୟନ, ଆମ୍ବୁଲାନ୍ସ ବ୍ୟବସ୍ଥା,ବ୍ୟାଟେରୀ ଗାଡି ବ୍ୟବସ୍ଥା, ସଂକୀର୍ତ୍ତନ ଦଳ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସଠିକ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ,ଅତିରିକ୍ତ ନିତୀ ପ୍ରଶାସକ ରଞ୍ଜନ କୁମାର ବେହେରା, ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର,ଅନ୍ୟାନ୍ୟ ବିଭାଗର ଅଧିକାରୀ,ସୁଆର ମହାସୁଆର ନିଯୋଗ ସମ୍ପାଦକ ଗଣେଶ୍ବର ମହାସୁଆର, ନାରାୟଣ ରାମାନୁଜ ଦାଶ,ଶ୍ରୀନିବାସ ଦାଶ,ନରେନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ଦାସ,ମନୋଜ ଦାସ, ଶେଖର ସାମନ୍ତରା, ଜୟନ୍ତ ମହାସୁଆର, ଶ୍ୟାମ ସୁନ୍ଦର ମହାପାତ୍ର ପ୍ରମାଣ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *